କେସିଙ୍ଗାରେ ବିଜେପି ତରଫରୁ ଜନ-ଆକ୍ରୋଶ ମହିଳା ସମାବେଶ 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୬ ସମ୍ବନ୍ଧୀୟ ୧୭ ଏପ୍ରିଲ ୨୦୨୬ ରେ, ଏନଡିଏ ସରକାର ଲୋକସଭାରେ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ସୀମା ନିର୍ଦ୍ଧାରଣ ସହ) ଆଗତ କରିଥିଲେ କିନ୍ତୁ ତାହା ଗୃହ ରେ ପାରିତ ହେଲା ନାହିଁ ତେଣୁ ସାରା ଭାରତ ବର୍ଷରେ ବିଜେପି ଦଳ ପକ୍ଷରୁ ଜଣ ଆକ୍ରୋଶ ମହିଳା ସମାବେଶ କରି ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ପରିପେକ୍ଷିରେ କେସିଙ୍ଗା ବିଜେପି ପକ୍ଷରୁ ଗୁରୁବାର ସନ୍ଧ୍ୟା ସମୟରେ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ସାମନାରୁ କେସିଙ୍ଗା ବ୍ଲକ ପରିସର ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କ ସମାବେଶ ରେ ଜନ-ଆକ୍ରୋଶ ରେଲି କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ଵରେ କରାଯାଇଥିଲା। କଂଗ୍ରେସ ଓ ବିଜେଡି ଏହି ନାରୀ ବନ୍ଦନା ବିଲ କୁ ସମର୍ଥନ ନ କରିଥିବା ରୁ ଆଗାମୀ ଦିନରେ ନାରୀ ମାନେ ତାଙ୍କର ଶକ୍ତି ପ୍ରଦର୍ଶିତ କରି ଉଚିତ୍ ଜବାବ ଦେବେ ବୋଲି କହିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତାରାଣୀ ସାହୁ। ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସନ୍ତୋସିନି ଦାଶ, ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ଶୋଭାଙ୍ଗିନୀ ପାତ୍ର,ଜିଲ୍ଲା ସଦସ୍ୟ ପୁଷ୍ପାଞ୍ଜଳି ନାୟକ. ପୂର୍ବତନ ନଗରପାଳ ସରିତା ସିନ୍ଦୁର, ବିର୍ଦ୍ଧି ଜୈନ, ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର, ବଣ୍ଟି ଜୈନ, ସନ୍ତୋଷ ଦାଶ. ସୁନୀଲ ଜୈନ. ଜୟନ୍ତୀ ଗହୀର. ଲକ୍ଷ୍ମୀ ହେର୍ଣ୍ଣା.ନିନି ନାନୀ. ଲଳିତା ମହଲା ଓ ଯୁବ ସଭାପତି ମଣ୍ଟୁ ବର୍ମା ସହ ସମସ୍ତ କେସିଙ୍ଗା ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *