କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ସ୍ଥିତ କଲ୍ୟାଣ ମଣ୍ଡପଠାରେ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଟାଉନ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଉକ୍ତ ସମ୍ମିଳନୀରେ ସଦର ବିଧାୟକ ସାଗର ଚରଣ ଦାସ ଯୋଗଦେଇ କେସିଙ୍ଗା ଏନ୍ଏସି ର ୧୨ ଗୋଟି ୱାର୍ଡ ର କର୍ମୀଙ୍କୁ ନେଇ ୱାର୍ଡ ହିସାବରେ ବିଭିନ୍ନ ସମସ୍ୟା ଉପରେ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଯେପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ କର୍ମୀ ମାନଙ୍କ ସହିତ ଆଲୋଚନା କରି ବିଧାୟକ ଗୁରୁ ମନ୍ତ୍ର ଦେଇଥିଲେ। ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ସ୍ୱାର୍ଥକୁ ନେଇ କଂଗ୍ରେସର ଟାଣୁଆ ନେତା ଭକ୍ତ ଚରଣ ଦାସ ଓ ଯୁବ ବିଧାୟକ ସାଗର ଚରଣ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସମବାୟ ସମିତି ସମ୍ପାଦକ ଡମ୍ବରୁଧର ଭୋଇ ପୂର୍ବତନ ଏନ୍ଏସି କୋଷାଧ୍ୟକ୍ଷ ସଙ୍ଗୀତ ବାଗ କଂଗ୍ରେସ ପାର୍ଟିରେ ବିଧି ବଦ୍ଧ ଭାବରେ ଯୋଗଦାନ କରିଥିଲେ। ତାଙ୍କୁ ବିଧାୟକ ସାଗର ଚରଣ ଦାସ ସ୍ବାଗତ କରିଥିଲେ। ଉକ୍ତ ସମ୍ମିଳନୀରେ ବ୍ଲକ ସଭାପତି ରାହାସ ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ବିଜୟ ଦୀପ, ପୂର୍ବତନ ନଗରପାଲ ରାମ କୁମାର ଜୈନ ଓ ରାମଜି ମାଛ ଖଣ୍ଡିଆ, କାଉନ ସିଲର ରୋହିତ ଜୈନ, ପୂର୍ବତନ ନଗର ସଭାପତି ଜଗଦୀଶ ଅଗ୍ରୱାଲ, ପ୍ରତାପ ବାଗ, ମୋତି କୈବର୍ତ୍ତ, ବୁଥ ସଭାପତି ଧରଣୀ ନାଏକ, ଦଳପତି ଗଉଡ, ବସନ୍ତ ନାଏକ, ଲାଲା ସୋଲାଙ୍କୀ, ଗରୁଡ ବଞ୍ଛୋର୍, ବିଶ୍ୱାସୀ ନାଏକ, ନବୀନ ତାଣ୍ଡି, ଟୁନା ବାରିକ, ରତନ ଦୀପ, ହେମନ୍ତ ସାହୁଙ୍କ ସହିତ ସମସ୍ତ ବୁଥ ସଭାପତି ଓ କର୍ମୀ ମାନେ ଯୋଗ ଦେଇଥିଲେ।

