ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : ଜୁନାଗଡ଼ ବ୍ଳକ ଚାରବାହାଲ ପଞ୍ଚାୟତ ଅନ୍ତର୍ଗତ ଘୁମେରଗୁଡା ଠାରେ ଏକ କୁଣ୍ଡୀୟ ବିଷ୍ଣୁ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଯଜ୍ଞ ନିମନ୍ତେ ପୂର୍ବଦିନ କଳସଯାତ୍ରା ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ଯଜ୍ଞ ଦିନ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପୂଜା , ଶ୍ରୀଗୁରୁ କାଳୀକୃଷ୍ଣ ଜଗନ୍ନାଥାଙ୍କ ପୂଜାର୍ଚ୍ଚନା ପରେ ସର୍ବକଲ୍ୟାଣ ଉଦ୍ଦେଶ୍ୟରେ ହବନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କାଳୀକୃଷ୍ଣ ସଂଘର ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ରହି ପ୍ରଚଚନ ମାଧ୍ୟମରେ କହିଥିଲେ: “ଜୀବନେ ରେ ଶ୍ରେଷ୍ଠ ହେବା ପାଇଁ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡେ। ସତକାର୍ଯ୍ୟ, ସତସଙ୍ଗ, କଠିନ ପରିଶ୍ରମ ହଁ ସଫଳତା ପ୍ରଦାନ କରିଥାଏ”। ସଂଘର ବେଦବ୍ରହ୍ମାଙ୍କ ଉପସ୍ଥିତରେ ପୂଜନ, ହବନ କାର୍ଯ୍ୟ ଆଚାର୍ଯ୍ୟ ତୋଷାନନ୍ଦ, ସନ୍ତୋଷ ଠାକୁର, ଯାମିନୀ କାନ୍ତ ପାଢ଼ୀ ପରିଚାଳନା କରିଥିଲେ। ଯଜମାନ ଭାବରେ ମନୋଜ ମଟେଲ, ମୁକ୍ତା ମଟେଲ ଦମ୍ପତି ଦାୟିତ୍ୱ ନିର୍ବାହ କରିଥିଲେ। ଘୁମେରଗୁଡା ଗ୍ରାମ ତରଫରୁ ଉଦ୍ୟକ୍ତା କାଳୀକୃଷ୍ଣ ସଂଘର ସକ୍ରିୟ ସଦସ୍ୟ ଜଗନ୍ନାଥ ଘି, ଗୋବର୍ଦ୍ଧନ ଘି, ଧନେର ଶାଖା ସଂଘରୁ ରଣଜିତ ସାହୁ ସମେତ ଚାରବାହାଲ ସରପଞ୍ଚ ପ୍ରତିନିଧି ରାମ ନାରାୟଣ ପଣ୍ଡା, ଘୁମେରଗୁଡା ଗ୍ରାମ ବାସୀ ଯଜ୍ଞ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଏହି ଯଜ୍ଞ ଅବସରରେ ମୂଖ୍ୟସଂଘ, ଶାଖାସଂଘ , ପ୍ରଜ୍ଞାବାହିନୀ, କାଳୀକୃଷ୍ଣ ବାହିନୀ, ମିଡିଆସେଲ ,ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଓ ଅଞ୍ଚଳର ସତସଙ୍ଗ ପ୍ରେମୀ ଜନସାଧାରଣ ଉପସ୍ଥିତ ରହିଥିଲେ।

