ବିଜେପିର ଜନ-ଆକ୍ରୋଶ ମହିଳା ପଦଯାତ୍ରା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୬ ସମ୍ବନ୍ଧୀୟ  ୧୭ ଏପ୍ରିଲ ୨୦୨୬ ରେ, ଏନଡିଏ ସରକାର ଲୋକସଭାରେ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ସୀମା ନିର୍ଦ୍ଧାରଣ ସହ- ଏସଆଇଆର) ଆଗତ କରିଥିଲେ କିନ୍ତୁ ତାହା ଗୃହ ରେ ପାରିତ ହେଲା ନାହିଁ ତେଣୁ ସାରା ଭାରତ ବର୍ଷରେ ବିଜେପି ଦଳ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ କରି ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ପରିପେକ୍ଷିରେ ନବରଙ୍ଗପୁର ସଂସଦୀୟ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନ ମୈଦଲପୁର ମଣ୍ଡଳ ଠାରେ ବିଜେପି ପକ୍ଷରୁ ଆଜି ସକାଳୁ ମୈଦଲପୁର ଦୂର୍ଗା ମଣ୍ଡପ ରୁ ଚେକ୍ ଗେଟ୍ ପର୍ଯ୍ୟନ୍ତ ଶତାଧିକ ବିଜେପି କାର୍ଯକର୍ତ୍ତା ଏହି  ଜନ-ଆକ୍ରୋଶ ପଦଯାତ୍ରାରେ ଯୋଗ ଦେଇଥିଲେ। ମୈଦଲପୁର ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଲ, ଜିଲ୍ଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ , ସ୍ଵତନ୍ତ୍ର ଉନ୍ନୟନ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ।  କଂଗ୍ରେସ ଓ ବିଜେଡି ମହିଳାଙ୍କ ହକ ଛଡେଇ ନେବା ସହ ଏହି ନାରୀ ବନ୍ଦନା ବିଲ କୁ ସମର୍ଥନ ନ କରିଥିବା ରୁ ଆଗାମୀ ଦିନରେ ନାରୀ ମାନେ ତାଙ୍କର ଶକ୍ତି ପ୍ରଦର୍ଶିତ କରି ବିରୋଧୀଙ୍କୁ ଉଚିତ୍ ଜବାବ ଦେବେ ବୋଲି ଏହି ପ୍ରତିବାଦ ପଦଯାତ୍ରା ରେ ତୁଙ୍ଗ ନେତୃବର୍ଗ  କହିଥିଲେ। ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ  ଉପସଭାପତି ଜିତେନ୍ ମୀର୍ଗନ୍, ବିନୋଦ ନାୟକ, ମଣ୍ଡଳ ମହିଳାମାର୍ଚ୍ଚ ସଭାନେତ୍ରୀ ପିରତି ରାଣୀ କଲାର, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବିଷୋୟୀ, ଦେବେନ୍ଦ୍ର ବିଷୋୟୀ, ଘାସିରାମ ହରିଜନ, ସଞ୍ଜିବ କୁମାର ବିଷୋୟୀ, ହେମନ୍ତ ମାଝୀ, ସୁରେନ୍ଦ୍ର ବିଷୋୟୀ, ଲକ୍ଷ୍ମୀକାନ୍ତ ବିଷୋୟୀ, ଜୟ ହରିଜନ, ଦେବ ଗଦବା ସମେତ  ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *