ଜଣା ଗାଡ଼ି ଧକ୍କାରେ ନାବାଳକ ମୃତ : କ୍ଷତି ପୂରଣ ଦାବୀରେ ଏନ୍ଏଚ ୨୬ ଅବରୋଧ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ଏଥିପାଇଁ  ଅନେକ ଧାନ ଜୀବନ ଯାଉଛି। ସେମିତି ରବିବାର ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ସୁକୁନାଭଟା ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁତ୍ର ନରସିଂହ ସାହୁ ରାସ୍ତା କଡର ଥିବା ଏକ ପୋଲ ବସିଥିବାବେଳେ କେସିଙ୍ଗା ରୁ ବଲାଙ୍ଗୀର ପେଟ ଯାଉଥିବା ଏକ ଅଜଣା ପିକଅପ୍ ଭ୍ୟାନ୍ ବୁଲାଣି ରେ ଭାରସାମ୍ୟ ହରାଇ ତାଙ୍କୁ ବାଡେଇ ଦେଇ ଚାଲିଯାଇ ଥିଲା । ପରେ କ୍ଷତ ବିକ୍ଷତ ଅବସ୍ଥାରେ ଗ୍ରାମବାସି ତାଙ୍କୁ ପ୍ରଥମେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ପଠାଇଥିବଳେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି  ସକାଳୁ ପରିବାର ବର୍ଗ ମୃତ ଦେହକୁ ଜାତୀୟ ରାଜପଥ ୨୬ ଉପରେ ରଖି କେସିଙ୍ଗା ରୁ ବଲାଙ୍ଗୀର କୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ପ୍ରଥମେ କେସିଙ୍ଗା ପୋଲିସ ଓ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକ ଓ ଗ୍ରାମବାସୀ ଙ୍କୁ ବୁଝାସୁଝା କରି ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରିବାର ସହମତି ପ୍ରଦାନ କରିବା ପରେ ରାସ୍ତା ଅବରୋଧ ହଟିବା ସହିତ ଗାଡ଼ି ମଟର ଚଳାଚଳ ସାମାନ୍ୟ ହୋଇଥିଲା। ଏଠାରେ ପ୍ରକାଶ ଥାଉକି ଉକ୍ତ ସୁକୁନାଭଟା ଗ୍ରାମ ସମ୍ମୁଖରେ ଥିବା ବୁଲାଣି ଏନ ଏଚ ୨୬ ଉପରେ ଗତ ଏକବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣା ରେ ପ୍ରାୟ ୬ ଜଣ ଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ କାହିଁକି ଦୁର୍ଘଟଣା ପ୍ରବଣ ସ୍ଥାନ ବୋଲି ବୋର୍ଡ ଲଗାଯାଉ ନାହିଁ ଜଣା ପଡୁନାହିଁ। ଯଥା ଶୀଘ୍ର ଉକ୍ତ ସ୍ଥାନକୁ ଦୁର୍ଘଟଣା ପ୍ରବଣ ସ୍ଥାନ ଘୋଷଣା କରି ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *