ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତର କେନ୍ଦୁସାହି ବାମୁନିଆନାଳରେ ଏକ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ କିଛି ପିଲା ବାମୁନିଆନାଳ କୁ ଗାଧୋଇବା ଲାଗି ଯାଇଥିବାବେଳେ ପାଣିରେ ମୃତଦେହଟି ଭାସୁଥିବା ଦେଖି ଗାଁ ଲୋକଙ୍କୁ କହିବା ପରେ ଗ୍ରାମବାସୀ ଝରିଗାଁ ଥାନାକୁ ଜଣାଇଥିଲେ। ଘଟଣା ସ୍ଥାନରେ ପୋଲିସ ଅଧିକାରୀ ପହଞ୍ଚି ମୃତ ଦେହ ଜବତ କରି ଶିଶୁଟି କାହାର ଏବଂ କେଉଁ ପରିସ୍ଥିତିରେ ଏହି ଭଳି ଅମାନବିକତା କରୁଛି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

