କନ୍ଧମାଳରେ ସ୍ଥାପନ ହେଲା ଭୀମ୍ ଆର୍ମି ଜିଲ୍ଲା କମିଟି

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ଭୀମ୍ ଆର୍ମି ଭାରତ ଏକତା ମିଶନ କନ୍ଧମାଳ ଜିଲ୍ଲା ସ୍ତରୀୟ ସାମାଜିକ ନ୍ୟାୟ, ସମ୍ବିଧାନିକ ହକ ଅଧିକାର ସମ୍ମିଳନି ବାଲିଗୁଡ଼ା ସଭାଗୃହଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭୀମ୍ ଆର୍ମି ରାଜ୍ୟ ସଭାପତି ଲଙ୍କେଶ ରାବଣ,ରାଜ୍ୟ ଉପସଭାପତି ଅନିଲ କୁମାର ମଲିକ ଏବଂ କନ୍ଧମାଳ ଜିଲ୍ଲା ୧୨ ଗୋଟି ବ୍ଲକର ଜନ ସାଧାରଣ ଭୀମ ଆର୍ମୀର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିଲେ। ଏବଂ କନ୍ଧମାଳ ଜିଲ୍ଲାରେ ବସ ବାସ କରୁଥିବା ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନ ଜାତି ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ମୁଣ୍ଡ ଟେକିବାକୁ ନୂତନ ଭାବେ ଭୀମ ଆର୍ମି ସଂଗଠନ ପ୍ରତିଷ୍ଠା କରିଥିଲେ। କନ୍ଧମାଳ ଜିଲ୍ଲାର ଭୀମ ଆର୍ମି ସଭାପତି ଭାବେ ଅମର କୁମାର ନାୟକ ଏବଂ ଉପୋସଭାପତି ଭାବେ ମିହିର କୁମାର ଦିଗାଲ ନାମ ଏବଂ ସମସ୍ତ ଜିଲ୍ଲା କର୍ମ କର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *