ସଇଁନ୍ତଲା/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତରେ ଅଛି ଝିମିରିକଟା ବନ୍ଦ। ବର୍ତ୍ତମାନ ଏହି ବନ୍ଦ ପୋତି ହେବାକୁ ବସିଛି। ଗାଁଲୋକ ଗାଧୋଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବନ୍ଦ କୁ ସାପସୂତ୍ରା କରିବା ଲାଗି ଦାବି କରିଛନ୍ତି। ସୂଚନା ଅନୁସାରେ ଗାଁର ଲୋକ ୫ ହଜାର ରୁ ଉର୍ଦ୍ଧ ଲୋକମାନେ ସବୁଦିନ ନିର୍ଭର କରୁଛନ୍ତି। ବନ୍ଦ ଟି ଗାଁ ବାସିଙ୍କର ସବୁ କାମରେ ଅସୁଥିବାର ବେଳେ ବର୍ତ୍ତମାନ ଜଳ ଭର୍ତି ହେଇଥିବାରୁ ତାହା କର୍ଯ୍ୟରେ ଆସୁ ନାହିଁ। ଅନ୍ୟପଟେ ଗାଁର ଆବର୍ଜନା ସହ ଡ୍ରେନର ପାଣି ବନ୍ଦ ରେ ମିଳୁଛି। ଯାହା ଅନୁସାରେ ପାଣି ଦୁର୍ଗନ୍ଧ ହେବାର ସହ ଅସୁସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି। ପ୍ରଚଣ୍ଡ କରାଯାଉଥିବା ବେଳେ ବନ୍ଦରେ ଆବର୍ଜନା ଏବଂ ପାଣି କମ ଥିବାରୁ ନିହାତି ଭାବେ ବହୁତ ଶିଘ୍ର ବନ୍ଦ ସଫାକରବା ଲାଗି ଗାଁର ନାରାୟଣ ସାହୁ, ବିପିନ ସାହୁ, ସତ୍ୟ ସାହୁ, ସୁରେନ୍ଦ୍ର ସାହୁ, ଭୂପିନ୍ଦ୍ର ସାହୁ, ହୀରାମଣି ସାହୁ, ଯୁଧିଷ୍ଠିର ସାହୁ, ଶଙ୍କର ସାହୁ ଏବଂ ଗାଁଲୋକ ଦାବି କରିଛନ୍ତି।

