ହତ୍ୟା ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ବିଷ୍ଣୁ ପ୍ରସାଦ ମିଶ୍ର ଏକ  ହତ୍ୟା ଘଟଣାର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ରତନ ଗୌଡ଼ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, କୋଡ଼ିଙ୍ଗା ଥାନାରେ ତତ୍କାଳୀନ କାର୍ଯ୍ୟରତ ସବ-ଇନିସ୍ପେକ୍ଟର ଅଞ୍ଜନ କୁମାର ଜାଲ କୋଡ଼ିଙ୍ଗା ଥାନାରେ ଗତ ୨୦/୦୩/୨୦୧୭ ରେ ଅଭିଯୁକ୍ତ ରତନ ଗୌଡ଼ର ଅଭିଯୋଗ କୁ ଭିତ୍ତି କରି  କୋଡ଼ିଙ୍ଗା ଥାନା ରେ ଅପମୃତ୍ୟୁ ମାମଲା କେସ ନମ୍ବର -୦୩/୧୬ ପ୍ରକାରେ ଅପମୃତ୍ୟୁ  ରିପୋର୍ଟ ଦାଖଲ କରିବା ସହ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିଥିଲେ ଓ ତଦନ୍ତ ସମୟରେ ଅଭିଯୁକ୍ତ ରତନ ଗୌଡ଼ ପୋଲିସ ଆଗରେ ସ୍ୱୀକାର କରିଥିଲା ଯେ’ ସେ ହିଁ ତାହାର ଭାଇ କମଲସାଇ ଗୌଡ଼ କୁ ହତ୍ୟା କରିଛି। ଘଟଣା ଦିନ ରାତି ପ୍ରାୟ ୮.୩୦ ସମୟରେ ମୃତ କମଲସାଇ ଗୌଡ଼ ମଦ ପିଇ ପରିବାର ସଦସ୍ୟ ମାନଙ୍କ ଗଣ୍ଡଗୋଳ କରିବା ସହ ଘରର ଆସବାବ ପତ୍ର ସବୁ ଫୋପାଡ଼ି ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ରତନ ଗୌଡ଼ ବଡ଼ଭାଇ କମଲ ସାଇ ଗୌଡ଼ ଏକ କାଠ ଫାଳିଆ ସାହାଯ୍ୟରେ ମୁଣ୍ଡକୁ ଆଘାତ କରି ତାକୁ ହତ୍ୟା କରିଥିଲା। ଆଘାତ ଫଳରେ ପ୍ରଚୁର ରକ୍ତଶ୍ରାବ ହେବା ଫଳରେ କମଲସାଇର ମୃତ୍ୟୁ ଘଟିଥିଲା ଏବଂ ଘଟଣା କୁ ଏକ ଅପମୃତ୍ୟୁର ରୂପ ଦେବାପାଇଁ ସେ ପାଖପଡିଶା ଘର ଲୋକଙ୍କୁ ଡାକିବା ସହ ମୃତକ କମଲସାଇ କୁ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକିଥିଲା। ଘଟଣା ର ତଦନ୍ତ କରି ପୋଲିସ ଅଭିଯୁକ୍ତ ରତନ ଗୌଡ଼ କୁ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୦୨ ଓ ୨୦୧ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସମସ୍ତ ୧୪ ଜଣଙ୍କ ସାକ୍ଷୀ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀବିଷ୍ଣୁ ପ୍ରସାଦ ମିଶ୍ର ସମସ୍ତ ଅଭିଯୁକ୍ତ ରତନ ଗୌଡ଼ କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ, ପ୍ରଫୁଲ୍ଲ ସିଂ ଓ ଶେକ ବାବା ଅଲିଶା ମାମଲା କୁ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *