୧୮ ଲିଟର ଦେଶୀ ମଦ ଜବତ ; ଜଣେ ଗିରଫ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଆମପାଣି ଠାରେ ଏକ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଆମପାଣିର ରିକ୍ଷୀରାମ ମାଝୀଙ୍କ ପାଖରୁ ପ୍ରାୟ ୧୮ ଲିଟର ଦେଶୀ ହାତରନ୍ଧା ମଦ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତ ରିକ୍ଷୀରାମଙ୍କୁ ଗିରଫ କରାଯିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ସମୟରେ ଓଆଇସିଙ୍କ ସମେତ ଇନ୍ସପେକ୍ଟର ଅରୁଣ ଯୋଷୀ, ଓଆଇସି ସୁରେଶ ଭୋଇ, ଖୁସିଦେବ କଟା, ମହାଦେବ ମାଝୀ, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡାମାଝୀ, କିର୍ତ୍ତୀ ଜେନା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *