ଭବାନୀପାଟଣାଠାରେ ଯୁବ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଯୁବ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ନନ୍ଦ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଲୋକସଭା ସାଂସଦ ମାଲବିକା ଦେବୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ ଓ ବିଭିନ୍ନ ମୋର୍ଚ୍ଚା ର ପଦାଧିକାରୀ ମାନେ ଯୋଗଦେଇ ନବ ନିର୍ବାଚିତ ବିଶ୍ୱନାଥପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସଞ୍ଜୟ ଛାତ୍ରୀୟାଙ୍କ ସମେତ ବିଭିନ୍ନ ମଣ୍ଡଳ ର ନବନିର୍ବାଚିତ ଯୁବ ମୋର୍ଚ୍ଚା ସଭାପତି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ଆଗାମୀ ଦିନ ରେ ସଂଗଠନ କୁ କିପରି ଭାବରେ ସୁଉଦୃଡ଼ କରିବାକୁ ହେବ ସେ ନେଇ ବିଚାର ବିମର୍ଶ କରି ଥିଲେ। ଭାରତର ଯଶଶ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଭିନ୍ନ ଯୋଜନା ବିଷୟରେ ଜନ ସାଧାରଣଙ୍କୁ କିପରି ଭାବରେ ଅବଗତ କରାଇ ଭାରତୀୟ ଜନତା ପାର୍ଟି କୁ ଆଗକୁ ନେବା ସେ ବିଷୟରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *