ଏସ୍.ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଏସ୍.ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଛି। ଜିଲ୍ଲା ଲେଖକ ପରିଷଦର ସମ୍ପାଦକ କବି ସୁଶାନ୍ତ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବରେ କବି ଭିକାରି ଚରଣ ମିଶ୍ର, ମୂଖ୍ୟ ବକ୍ତା ଭାବରେ ଅଧ୍ୟାପିକା ଅଳକାନନ୍ଦା ମଲ୍ଲ, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଦିଲ୍ଲିପ କୁମାର ପଶାୟତ ଓ ବ୍ରହ୍ମାନନ୍ଦ ପୁହାଣ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ମୂଖ୍ୟ ଅନୁଜ ରଞ୍ଜନ ଛତ୍ରିଆ ସଭାର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଜ୍ଞାନ ପ୍ରଦର୍ଶନି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଗୁଲାବ ତାଣ୍ଡି, ଅଙ୍କିତ୍ ପାୟାସିଂ ଗୋପିଲ୍ୟ ମେହେର ଙ୍କୁ ଓ ଜୁନିୟର ବର୍ଗରେ ସର୍ବଶ୍ରୀ ସୋଲେମନ୍ ଶିକା, ଦିପ୍ତିମୟି ମେହେର, ତନୁ ମେହେର ଓ ସାଇସ୍ନୃତି ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ସତ୍ୟମ୍ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ମାନଙ୍କ ମଧ୍ୟରୁ ଉଦ୍‌ଘୋଷକ ଭାବରେ ରାମକୃଷ୍ଣ ପାଢ଼ି, ରାଜ୍ ମିଶ୍ର, ସୌନକ ପାଢ଼ି, ଓ ଆରାଧ୍ୟା ଶର୍ମା ଦାୟିତ୍ଵ ତୁଲାଇଥିଲେ। ଅନୁଷ୍ଠାନ ର ଶିକ୍ଷକ ସର୍ବଶ୍ରୀ ରମିୟରଞ୍ଜନ ମିଶ୍ର, ବିନୋଦ ସୁନା, ଅଜୟ କିଶାନ, ସାକ୍ଷୀ କୋରି, ପରମେଶ୍ବର ଦୀପ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ସହଯୋଗ ଫଳରେ ସଭା ସାଫଲ୍ୟ ମଣ୍ଡିତ ହୋଇଥିଲା। ଶେଷରେ ଶିକ୍ଷକ ରୋହନ୍ ହର୍‌ପାଲ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *