ବିକାଶର ଧାରା ଓଡିଶା ସାରା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ 

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ମ, ରାମପୁର ପଞ୍ଚାୟତ ତରଫରୁ ସ୍ଥାନୀୟ ବିଜୁକଲ୍ଯାଣ ମଣ୍ଡପ ପରିସରରେ ସଦର ମହକୁମା ମ, ରାମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ  ବିଣାପାଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଦେଢ଼ ଶୁଳି ପଞ୍ଚାୟତ ସମିତି ସଭ୍ୟ ତଥା ମ, ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ମ, ରାମପୁର ସମିତି ସଭ୍ୟା ପ୍ରତିମା ମାଝୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମାନନ୍ଦ ନାଏକ ଯୋଗଦେଇ ଥିବା ବେଳେ ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ , ରାଜ୍ୟ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନା କାର୍ଡ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *