ଝରିଗାଁରେ ବିଜେପିର ମିଶ୍ରଣ ପର୍ବ: ବିଭିନ୍ନ ଦଳରୁ ୩୦ରୁ ଉର୍ଦ୍ଧ୍ବ କର୍ମୀ ସାମିଲ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) :  ଝରିଗାଁରେ ଆଜି  ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଫୁଲ ପ୍ରଧାନୀଙ୍କ ନେତୃତ୍ୱରେ ବିଜେଡି ଓ କଂଗ୍ରେସର ପ୍ରାୟ ୩୦ରୁ ଅଧିକ କର୍ମୀ ବିଜେପିରେ ଯୋଗଦାନ କରିଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ନରସିଂହ ଭତରା, ଶଙ୍କର ସାହୁ, ବରିଷ୍ଠ ବିଜେପି ନେତା ସୁଦାମ ତିୱାରୀ ଚୈତନ୍ୟ ନନ୍ଦିଆ, ପ୍ରଭାତ ରଥ, ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ ବେହେରା, ବିଶ୍ୱଜିତ ନାୟକ, ପପୁ ନାୟକ, ରଥ ଗୌଡ଼, ଦୀପକ ରାଓ, ଅଭିଷେକ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମୀ ମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିଥିଲେ। ଏହି ଅବସରରେ ନେତାମାନେ କହିଥିଲେ ଯେ, ଏହି ଯୋଗଦାନ ଦ୍ୱାରା ଝରିଗାଁ ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ସୁଦୃଢ଼ ହେବ ଏବଂ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *