ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ  ; ସିକେରକୁପା ପୋଲ ଗାତ ମରାମତି

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା- କାଉଗୁଡ଼ା ମଝି ପୋଲରେ ବିପଦ ସଂକୁଳ ଗାତ ଥିବା ନେଇ କ୍ରାନ୍ତିକ୍ଷେତ୍ରରେ ଖବର ପ୍ରକାଶ ପାଇବାର ଦିନକ ମଧ୍ୟରେ ପ୍ରଶାସନ ତତ୍ପର ହୋଇଛି। କାଉଗୁଡ଼ା-ସିକେରକୁପା ପୋଲର ବିପଦସଂକୁଳ ଗାତକୁ ମାଟି ଓ କଂକ୍ରିଟ ପକାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ପର୍ଯ୍ୟନ୍ତ ପୋଲ ମଝିରେ ଥିବା ବିରାଟ ଗାତ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ହେଉଥିଲା। ବର୍ଷା ପାଣିରେ ଖାଲ ଲୁଚି ଯାଉଥିବାରୁ ଭବାନୀପାଟଣା-ବିଶାଖାପାଟଣା ଲାଇଫଲାଇନ୍ କହୁଥିବା ୬ ନମ୍ବର ରାଜ୍ୟ ରାଜପଥ ମୃତ୍ୟୁଫାନ୍ଦ ପାଲଟିଥିଲା।  ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମରାମତି କାମ ଆରମ୍ଭ କରିଛି। ପୋଲ ମରାମତି ଦେଖି ଲୋକେ ଆଶ୍ବସ୍ତ ହୋଇଛନ୍ତି। ଜନସାଧାରଣ କହିବା ଅନୁସାରେ”ବର୍ଷ ବର୍ଷ ହେଲା ଅଭିଯୋଗ କରୁଛୁ ଖବର ଛପିବା ପରେ ହିଁ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି। ଅଞ୍ଚଳବାସୀଙ୍କ ପୋଲର ସ୍ଥାୟୀ ସମାଧାନ କରାଯାଉ, ବର୍ଷା ପରେ ପୁଣି ଗାତ ସୃଷ୍ଟି ହେବ ଏଠାରେ ନୂତନ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *