ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷ ରୁ ସେବା, ସୁଶାସନ ଓ ଗରିବ କଲ୍ୟାଣର ସଂକଳ୍ପ ଏବଂ ବୁଦ୍ଧିଜୀବୀ ସମାବେଶ ସ୍ଥାନୀୟ ମାଧପୁର ସ୍ଥିତ ମାନଜୋର ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଛି। ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧ୍ୟାୟକ ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଧାୟକ ଅଗସ୍ତି ବେହେରା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଯୋଜନା ମଧ୍ୟରେ ମୁଖ୍ୟତଃ ଆୟୁଷ୍ମାନ ଯୋଜନା ଲାଗୁ କରିବା ଓ ମୁଣ୍ଡ ପିଛା ୫ କିଲୋ ଚାଉଳ ଅଧିକ ଦେବା, ସୁଭଦ୍ରା ଯୋଜନା, ସି.ଏମ. କିସାନ ଓ ପିଏମ କିସାନ ରେ ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରଭୃତି ଯୋଜନା ଉପରେ ଆଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟ ସରକାର ଙ୍କର ଲୋକପ୍ରିୟ ଯୋଜନା ଉପରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧପୁର ମଣ୍ଡଳ ସଭାପତି ଅନ୍ତର୍ଯ୍ୟାମୀ ମହାକୁଡ଼, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ପୂର୍ବତନ ଏନ.ଏ.ସି. ଅଧ୍ୟକ୍ଷ ତଥା ସାଂସଦଙ୍କ ନଗର ପ୍ରତିନିଧି ସନ୍ତୋଷ କୁମାର ହୋତା , ବ୍ଲଜ ପ୍ରତିନିଧି ପ୍ରକାଶ କୁମାର ସାହୁ, ଏନ.ଏ.ସି. ପ୍ରଭାରୀ ପ୍ରଭାକର ପ୍ରଧାନ, କିଶୋରନଗର ବ୍ଲକ ଉପାଧ୍ୟକ୍ଷା ଲବ ପ୍ରଧାନ , ବିଜେପି ର ବରିଷ୍ଠ ନେତା ଡ଼ଃ ଅଲେଖ ପ୍ରଧାନ , ପ୍ରବୀଣ ପ୍ରଧାନ, ପୂର୍ବତନ ଜିଲ୍ଲା ଉପସଭାପତି ଅର୍ଜୁନ କୁମାର ସାହୁ , ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଶିଷ୍ଠ ନାୟକ, ଯୁବନେତା ପ୍ରକାଶ କୁମାର ଡାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ର ବିକାଶ ମୂଳକ କାର୍ଯ୍ୟ କୁ ଅବତାରଣା କରିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହି ଅବସରରେ ସ୍ଥାନୀୟ ନୂଆ ଗାଁ ମହାଦେବ ମନ୍ଦିର ରେ ସାମୁହିକ ଦୀପ ଦାନ କରିବା ସହିତ ମାଧପୁର କଲେଜ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ୭୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ବିଜେପି ର ବହୁ ନେତା, କର୍ମୀ, ମାଧପୁର ମଣ୍ଡଳ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
