ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ କୁ ଆଜି ବିଜେଡି ଦଳ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି ଗସ୍ତ କରିଛନ୍ତି। ଏହି ଅବସରରେ ଦଳୀୟ କର୍ମୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସମ୍ପାଦକ ରଜନୀ ମହାକୁଡ଼, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ସାହୁ, ମ ରାମପୁର ବ୍ଲକ ସଭାପତି ସତ୍ୟନାରାୟଣ ସାହୁ, ପଞ୍ଚାୟତ ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲା ଛାତ୍ର ସଭାପତି ଅଜିତ କୁମାର ସାହୁ, ମ, ରାମପୁର ବ୍ଲକ ଯୁବ ସଭାପତି ପ୍ରେମ ସାଗର ନାଏକ, କର୍ଲାମୁଣ୍ଡା ବ୍ଲକ ଛାତ୍ର ସଭାପତି ମିଥୁନ କୁମାର ସାହୁ, ମ, ରାମପୁର ବ୍ଲକ ଛାତ୍ର ସଭାପତି ତନ୍ମୟ ପୁଝାରୀ, ମହିଳା ବ୍ଲକ ସଭାନେତ୍ରୀ ତୁଳସୀ ବିଷି ପ୍ରମୁଖ ଯୋଗ ଉପସ୍ଥିତଲେ।
