ଡାକ୍ତର ରାହାସ ବିହାରୀ ପଣ୍ଡାଙ୍କ ବିୟୋଗ- ପୂର୍ବତନ ପିସିସି ସଭାପତିଙ୍କ ଶୋକ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ସହର ର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଡାକ୍ତର ରାହାସ ବିହାରୀ ପଣ୍ଡାଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଡାକ୍ତର ରାହାସ ବିହାରୀ ପଣ୍ଡା ଜଣେ ଦକ୍ଷ ଚିକିତ୍ସକ, ସମାଜ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଓ ଜନସେବାରେ ନିଜକୁ ସର୍ବଦା ଉତ୍ସର୍ଗ କରିଥିବା ମଣିଷ ଥିଲେ। ତାଙ୍କ ବିୟୋଗ କେବଳ ଚିକିତ୍ସା କ୍ଷେତ୍ର ପାଇଁ ନୁହେଁ, ସମଗ୍ର ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ସେ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ପ୍ରଭୁଙ୍କ ନିକଟରେ ଶକ୍ତି ଓ ସାହସ ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *