ବିଦ୍ୟୁତ ଆଘାତ ରେ ନାବାଳକ ଶ୍ରମିକ ମୃତ୍ୟୁ

ବାଲିଗୁଡ/କ୍ରାନ୍ତିକ୍ଷତ୍ର : ଠିକାଦାରଙ୍କ ଅବହେଳା ପାଇଁ ଚାଲିଗଲା ନାବାଳକ ଶ୍ରମିକ ଙ୍କ ଜୀବନ, ଏହିଭଳି ଘଟଣା ଦେଖୁବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ମହୁଲ ବୁଡି ଗ୍ରାମରେ। ସୂଚନା ରୁ ପ୍ରକାଶ ଯେ ତୁମୁଡିବନ୍ଧ ବ୍ଳକ ର ମହୁଲବୁଡି ଗ୍ରାମରେ ଏକ ବିଦ୍ୟୁତ ବିଭାଗ ର କାମ ହେଉଥିଲା ଯାହାକୁ ଠିକାଦାର ଆଶିଷ ଭଦ୍ରା କିଛି ଶ୍ରମିକ ଙ୍କୁ ନେଇ କାମକରୁଥିଲେ ଏଥିରେ ଜଣେନାବାଳକ ଶ୍ରମିକ ମଧ୍ୟ କାମ କରୁଥିବା ସମୟରେ ଇଲେକ୍ଟ୍ରି ତାର ସଂଯୋଗ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ଜୀବନ ଚାଲି ଯାଇଛି। ମୃତ୍ ନାବାଳକ ନାମ ରାଜେଶ ମାଝୀ ବୟସ ୧୭ , ଘର ବେଲଘର ରେ ବୋଲି ଜଣା ପଡିଛି। ଏହାକୁ ନେଇ ବେଲଘର ତୁମୁଡିବନ୍ଧ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ତୁମୁଡିବନ୍ଧ ଥାନା ଆଇଆଇସି ଆଶୁତୋଷ ଜେନା ସୂଚନା ଦେଇଛନ୍ତି। ଏହାକୁ ନେଇ ତୁମୁଡିବନ୍ଧ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଭୁ ଦତ୍ତ ସାହୁ କହିଛନ୍ତି ଉକ୍ତ ସ୍ଥାନରେ ବିଦ୍ୟୁତ କାମ ହେଉଛି ବୋଲି ଠିକାଦାର ଆଶିଷ ଭଦ୍ରା ଆମକୁ ଜଣାଇନାହାନ୍ତି ଯଦି ଆମକୁ ଜଣାଇଥାନ୍ତ୍ର ତେବେ ଆମେ ବିଦ୍ୟୁତ କାଟିଥାନ୍ତୁ ଯାହାକି ଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି।  ମୃତକଙ୍କ ପରିବାର ପକ୍ଷରୁ ଦାବୀ ହେଉଛି ଯେ ଆମ ପୁଅର ଜୀବନ ଚାଲିଗଲା ଏହାକୁ ନେଇ ତଦନ୍ତ କରାଯାଉ ଓ ଠିକଦାର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *