ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି) ମୁଖିଗୁଡ଼ା କାର୍ଯାଲୟ ଠାରେ କାର୍ଯ୍ୟରତ ମୁଖ୍ୟ ସହାୟକ ଜୟସେନ ବାଗ ଏବଂ କେଶରୀ ମାଝୀ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ନିଜ କାର୍ଯ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମାରୋହ ଆୟୋଜିତ ହୋଇଥିଲା। ଅବସର ଗ୍ରହଣ ସମ୍ବର୍ଦ୍ଧନା ସଭାରେ ୟୁନିଟ ହେଡ଼ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି , ମାନବ ସମ୍ବଳ ବିଭାଗ ସାଇଗୀତା ମାରାଣ୍ଡି , ଅର୍ଥ ବିଭାଗ ମୁଖ୍ୟ ନୀଳମଣି ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ମୁଖ୍ୟ ସହାୟକ ଅମୃ ନାଏକ, ବରିଷ୍ଠ ସହାୟକ ଅକୃର ସୁନା, କନିଷ୍ଠ ପରିଚାଳକ ପ୍ରଶାନ୍ତ ନାଏକ ଓ ସହକର୍ମୀମାନେ ତାଙ୍କର ଦୀର୍ଘ ବର୍ଷର ସେବା, କର୍ତ୍ତବ୍ୟନିଷ୍ଠା ଓ ଅବଦାନକୁ ପ୍ରଶଂସା କରି ବିଦାୟ ଜଣାଇଥିଲେ। ଓଏଚପିସି ପରିସରରେ ଆୟୋଜିତ ବିଦାୟ ସମାରୋହରେ ଅଧିକାରୀ, କର୍ମଚାରୀ ଓ ଅତିଥିମାନେ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ବକ୍ତାମାନେ ତାଙ୍କର ନିଷ୍ଠା, ସଚ୍ଚୋଟତା ଏବଂ କର୍ମଜୀବନର ଅବଦାନକୁ ସ୍ମରଣ କରି ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ନିଜର ଦୀର୍ଘ ବର୍ଷ କର୍ମଜୀବନର ଅନୁଭୂତି ବାଣ୍ଟିବା ସହ ସମସ୍ତ ସହକର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଶେଷରେ ତାଙ୍କୁ ଉପଢ଼ୌକନ ଓ ସ୍ମାରକ ପ୍ରଦାନ କରାଯାଇ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା, ଏଥିସହିତ ରାତ୍ର ଆଠ ଘଣ୍ଟା ସମୟରେ କଲମପୁର ବ୍ଲକ ଅନ୍ତର୍ଗତ ଭାଟିଗାଁ ଠାରେ ବାଗ ପରିବାର ପକ୍ଷରୁ ଶ୍ରୀବାଗଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ପରିକ୍ରମା କରାଯାଇଥିଲା ।

Leave a Reply

Your email address will not be published. Required fields are marked *