କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଜୁଲାଇ ୧ ଡକ୍ତର ‘ଡେ’ ରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ ର କାର୍ଯ୍ୟବନ୍ଦ ଆନ୍ଦୋଳନ ର ନିର୍ଦ୍ଦେଶ କ୍ରମେ ଆଜି ଠାରୁ ସାରା ରାଜ୍ୟର ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇ ଯାଇଛି। ଚାଷୀ, ଶିକ୍ଷକ ଓ ରାଜ୍ୟ ସରକାର ଙ୍କ ଅନ୍ୟାନ୍ୟ କର୍ମଚାରୀ ତ ଅନେକ ସମୟରେ ଆନ୍ଦୋଳନ କରୁଥିବା ଅନେକ ସମୟରେ ଶୁଣିବାକୁ ମିଳୁଥିଲା ହେଲେ ଶେଷରେ ଦ୍ୱିତୀୟ ଭଗବାନ ଭାବେ ପରିଚିତ ଡାକ୍ତର ମାନେ ମଧ୍ୟ ଆନ୍ଦୋଳନ ରେ କାମ ବନ୍ଦ କରି ରାଜ୍ୟ ସରକାର ଙ୍କୁ ରଣ ହୁଙ୍କାର ଦେଉଛନ୍ତି। ୬ ମାସ ତଳେ କେବଳ ଦିନକୁ ୧ ଘଣ୍ଟା କାମବନ୍ଦ ଆନ୍ଦୋଳନ କରି ଥିବା ଡାକ୍ତର ତାଙ୍କର ୧୦ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନ ହେବାରୁ ଆଜି ସମ୍ପୂର୍ଣ୍ଣ କାମ ଛଡ଼ ଆନ୍ଦୋଳନ ରେ ଯିବାକୁ ବାଧ୍ୟ ହୋଇଛନ୍ତି କାରଣ ଘଣ୍ଟାକିୟା ଆନ୍ଦୋଳନ ସମୟରେ ରାଜ୍ୟ ସରକାର ଡାକ୍ତର ମାନଙ୍କୁ ୩ ମାସ ର ସମୟ ମାଗି ଆନ୍ଦୋଳନକୁ ସେହି ସମୟରେ ଆପୋଷି ବୁଝାମଣା ରେ ବନ୍ଦ କରି ଦେଇଥିଲେ ହେଲେ ୩ ମାସ ବଦଳରେ ୬ ମାସ ପରେ ମଧ୍ୟ ତାଙ୍କ ଦାବୀ ପୂରଣ ନ ହେବାରୁ ଆନ୍ଦୋଳନ ପୁଣିଥରେ ମୁଣ୍ଡ ଟେକିଲା। ହେଲେ ବର୍ତ୍ତମାନ ମେଡିକାଲ ର ସମସ୍ତ ସେବା ବୁଧବାର ଠାରୁ ଠପ୍ ହୋଇଯାଇଛି। ଗରିବ ଲୋକେ ହଇରାଣ ହେଉଥିବା ବେଳେ ବେସରକାରୀ ମେଡିକାଲ ମାନକର ଚାନ୍ଦି ହୋଇଯାଇଛି କାରଣ ଜରୁରୀକାଳୀନ ସେବା ପାଇଁ ବର୍ତ୍ତମାନ କେବଳ ବେସରକାରୀ ମେଡିକାଲ ହିଁ ସାହା ଭରଷା।ସେହି ମର୍ମରେ କେସିଙ୍ଗା ମେଡିକାଲ ର ୭ ଜଣ ଡାକ୍ତର ଆନ୍ଦୋଳନ ରେ ସାମିଲ ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ କୁ ଯାଇ ସରକାର ଙ୍କ ବିରୁଦ୍ଧରେ ଆନ୍ଦୋଳନ ରେ ନିଜ ଉପସ୍ଥିତି ଜାହିର କରିଛନ୍ତି।ଆମେ ଉକ୍ତ ଆନ୍ଦୋଳନ ଓ ଏହାର ପ୍ରଭାବ ବିଷୟରେ କେସିଙ୍ଗା ମେଡିକାଲ ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଖୁଣ୍ଟିଆ ଙ୍କ କଥା ହୋଇ ଥିଲୁ ସେ ନିଜ ସଂଗଠନ ର ଦ୍ୱାହି ଦେଇ ସରକାର ଦାବୀ ପୂରଣ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହିତ ସଂଗଠନ ର ଅଜାଣତରେ ଜରୁରୀକାଳୀନ ସେବା ପାଇଁ ଜଣେ ଡାକ୍ତର ଙ୍କୁ କେସିଙ୍ଗା ମେଡିକାଲ ରେ ଦାଇତ୍ୱ ଦେଇ ଆସିଛି ବୋଲି କହିଥିଲେ।ଆଜି ତ ଆରମ୍ଭ ମାତ୍ର ଡାକ୍ତର ମାନକ ଦାବୀ କୁ ସରକାର ଯଥା ଶୀଘ୍ର ନ ପୂରଣ କଲେ କିମ୍ବା ସଂଗଠନ ସହିତ ଆଲୋଚନା ନ କଲେ ଆଗାମୀ ଦିନେ ଦୁଇ ଦିନ ଭିତରେ ପରିସ୍ଥିତି ଅସମ୍ଭାଳ ହେବା ସହିତ ଅଞ୍ଚଳ ବାସୀ ସରକାର ଙ୍କ ବିରୁଦ୍ଧରେ ରାଜ ରାସ୍ତା କୁ ଓହ୍ଲାଇବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
