ଡୁଡୁକେଲରେ ମା’ ତାରିଣୀ ମନ୍ଦିର ନିର୍ମାଣର ଭୂମି ପୂଜନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମରେ ମା’ ତାରିଣୀଙ୍କ ମନ୍ଦିର ନିର୍ମାଣ ପାଇଁ ମଙ୍ଗଳବାର ଭୂମି ପୂଜନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ମାନସିକ ଅନୁଯାୟୀ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ, ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସହଯୋଗରେ ମନ୍ଦିର ନିର୍ମାଣ ସମ୍ପନ୍ନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ଭବସିନ୍ଧୁ ମଙ୍ଗରାଜ, ଟେକଚାନ୍ଦ ଛତ୍ରିଆ, ଜୟ ମହାନନ୍ଦ, ସାଧୁରାମ ବଗର୍ତ୍ତି, ଧନୀରାମ ଭାଟି, ଯୋଗୀ ବାଗର୍ତ୍ତି, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା,ପବନ ମହାନନ୍ଦ, ଦେବାର୍ଚ୍ଚନ ବଗର୍ତ୍ତି, ବୈଶାଖୁ କେତକୀ, ଅନନ୍ତ ତାଣ୍ଡି, ଜୟନ୍ତ ସିଂହ, ପ୍ରମୋଦ ପ୍ରଧାନ, ଗଣେଶ ସାହୁ, ଦୁରୁଦକ୍ଷ ପୁଟେଲ, ମନୋଜ ଅଗ୍ରୱାଲ, ବସନ୍ତ ଚଲାନ, ଉପେନ୍ଦ୍ର ସିପକା ଓ ଗଙ୍ଗା ବିଷ୍ଣୁ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ନିର୍ମାଣକୁ ନେଇ ଡୁଡୁକେଲ ଓ ଆଖପାଖ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ, ସମସ୍ତଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *