ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଥିବା ବ୍ୟାପକ ତ୍ରୁଟିବିଚ୍ୟୁତି ବିରୋଧରେ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ନବରଙ୍ଗପୁର ଜିଲ୍ଲା ବନ୍ଦ ପାଇଁ ଡାକରା ଦେଇଥିଲା । ବନ୍ଦର ପ୍ରଭାବ ପାପଡାହାଣ୍ଡି ବ୍ଲକ ଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ବ୍ଲକର ଚାରି ଛୋକ ଓ ମୈଦଳପୁର ଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ଅବରୋଧ କରି ୧୨ଘଣ୍ଟା କାଳ ବସିଥିଲେ ।ଏହି ବନ୍ଦ ସମୟରେ ଜରୁରୀକାଳୀନ ସମସ୍ତଙ୍କୁ ଗାଡ଼ି କୁ ଛାଡି ଦେଲେ ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସହ ଅଖ ଚକ୍ ବନ୍ଦ ରହିଥିଲା ।ରହି ବନ୍ଦ ସମୟରେ ଜିଲ୍ଲା ସଭାପତି ସୁଶ୍ରୀ ଡ଼ ଲିପିକା ମାଝୀ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ବରିଷ୍ଠ ନେତା ଈଶ୍ୱର ମିର୍ଗାନ , ଗଜେନ୍ଦ୍ର ବିଷୋୟୀ, ବ୍ଲକ ସଭାପତି ୱାଜିର ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।
