ଲାଞ୍ଜିଗଡରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରାକୁ ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ହରିହର ସାଂସ୍କୃତିକ ସେବା ସମିତି ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପରିସର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ସେବା ସମିତିର ସମ୍ପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେଶନିଆ, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ମନୋଜ ମହାପାତ୍ର, ଦୁର୍ଗା ମାଧବ ରଥ, ନିରଞ୍ଜନ ଆଚାର୍ଯ୍ୟ, ସୁବାସ ମହାପାତ୍ର, ବିନୋଦ ଗୌଡ଼, ଶ୍ରୀମୁଖ ଅଗସ୍ତି, ଲଷ୍ମୀଧର ଚଣ୍ଡି, ସନାତନ ନାୟକ, କାର୍ତ୍ତିକ ଓଡ଼ିଆ, ରାଘବ ଗହୀର, ଟୁନା ମହାରଥା, ସୁରେସ ଅଗ୍ରୱାଲ, ସତ୍ୟନାରାୟଣ ନାୟକ, ସୁବାଷ ଅଗ୍ରୱାଲ, ଲାଞ୍ଜିଗଡ ଯୁବକ ସଙ୍ଘର କର୍ମକର୍ତ୍ତା ସମେତ ଲାଞ୍ଜିଗଡର ଅଞ୍ଚଳବାସୀ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଆଦିର ସମସ୍ତ ନୀତିକାନ୍ତି ଯେପରି ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ରଥଯାତ୍ରାରେ ନଅଦିନ ଧରି ପରିଚାଳନା ନିମନ୍ତେ ଏକ ଅସ୍ଥାୟୀ କମିଟି ଗଠନ କରି ସେଥିରେ ବିଭିନ୍ନ ବିଭାଗ ଦାୟିତ୍ୱ ନିମନ୍ତେ କର୍ମକର୍ତ୍ତା ଚୟନ କରାଗଲା।  ପୂଜାଦାଇତ୍ୱ ଏବଂ ଅଳଙ୍କାର ଦାଇତ୍ୱରେ ମନୋଜ କୁମାର ମହାପାତ୍ର, ଦୁର୍ଗା ମାଧବ ରଥ, ଦୀନବନ୍ଧୁ ବେହେରା, ମାର୍କଣ୍ଡ ଚନ୍ଦନ ଓ ଲାଞ୍ଜିଗଡ ବ୍ରାହ୍ମଣ ସମାଜ କମିଟି, ରଥ ପରିଚାଳନା କମିଟିରେ ଚଦ୍ରଧ୍ଵଜ ପେସନିଆ ଓ ସହଯୋଗୀ, ଭୋଗ ଏବଂ ପ୍ରସାଦ ପରିଚାଳନା ଦାଇତ୍ୱରେ ସୁରେଶ ଅଗ୍ରୱାଲ, ସନାତନ ନାୟକ, ମିଲନ କୁମାର ନାୟକ ଓ ସହଯୋଗୀ, ଅନୁଦାନ ସଂଗ୍ରହ କମିଟିରେ ଶ୍ରୀଧର ପେସନିଆ, ଲକ୍ଷ୍ମୀଧର ଚଣ୍ଡୀ, ମହେଶ୍ୱର ପତି, ସୁବାଷ ଅଗ୍ରୱାଲ ଓ ସହଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରଚଳନା ଦାଇତ୍ୱରେ ବିନୋଦ ଗୌଡ଼, ଏମ ଚନ୍ଦ୍ରଶେଖର, ରାଘବ ଗହୀର, ସତ୍ୟନାରାୟଣ ନାୟକ, ବୁଲୁ ଗୌଡ଼ ଓ ସହଯୋଗୀ, ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା କମିଟି ଦାଇତ୍ୱରେ ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ରାଜେନ୍ଦ୍ର ପ୍ରତାପ ସିଂ ଦେଓ ଓ ସହଯୋଗୀ। ଏହି ସମସ୍ତ ଦାଇତ୍ୱ ତଦାରଖ କରିବେ  ହରିହର ସାଂସ୍କୃତିକ ସେବା ସମିତିର ସମ୍ପାଦକ କାମରାଜୂ ଦଳବେହେରା ତାଙ୍କୁ ସହଯୋଗ କରିବେ ଶ୍ରୀମୁଖ ଅଗସ୍ତି।

Leave a Reply

Your email address will not be published. Required fields are marked *