ମାଁ ମାଣିକେଶ୍ଵରୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଭା

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ତାଲାଗାଁ ଧାନ ମଣ୍ଡି ଠାରେ ମାଁ ମାଣିକେଶ୍ଵରୀ ରାଜମିସ୍ତ୍ରୀ ସଂଘ ପର୍ଲା ଶାଖା ପକ୍ଷରୁ ଆଜି ବ୍ଲକସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଯାଇଛି। ଅନୁଷ୍ଠିତ ସଭାରେ ବଡ଼ପୋଡ଼ାଗୁଡା ରାଜମିସ୍ତ୍ରୀ ସଂଘର ସଭାପତି ରାଜକୁମାର ବନ୍ଦିଛୋଡ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ନାଏବ ସରପଞ୍ଚ ବିଡୁ ନାଏକ, ସାମାଜିକ କର୍ମୀ ଧର୍ମାନନ୍ଦ ନାଏକ, ଯୁଗଳ କିଶୋର ନାଏକ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ଗୋପାଳ, ବ୍ଲକ ସଭାପତି ରାଜକିଶୋର ସିଂ, ଧର୍ମୁ ପୁଝାରୀ, ରାଜା କୁମାର ରାଉତ ସାମ୍ବାଦିକ ଜଗଦିଶ ନାଏକ, ଗଜିନ୍ଦ୍ର ନାଗ, ସମେତ ରାଜମିସ୍ତ୍ରୀ ସଂଘର ୮ ଗୋଟି ପଞ୍ଚାୟତର ସଭାପତି ସମ୍ପାଦକ ଓ ବିଶିଷ୍ଟ କର୍ମକର୍ତ୍ତା ମାନେ ମଞ୍ଚାସିନ ରହିଥିଲେ। ସଭାକାର୍ଯ୍ୟ ପୂର୍ବରୁ ରାଜମିସ୍ତ୍ରୀ ସଂଘର କର୍ମକର୍ତ୍ତା ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ବିଶ୍ୱକର୍ମାଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ପୂର୍ବକ ଧୂପ ଦୀପ ଓ ମାଲ୍ୟାର୍ପଣ ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠିତ ସଭାରେ ବକ୍ତା ମାନେ ସରକାରଙ୍କ ପକ୍ଷରୁ ମିଳୁଥିବା ରାଜମିସ୍ତ୍ରୀ ତଥା କୋଠା ବାଡ଼ି ନିର୍ମାଣ ଶ୍ରମିକ ମାନଙ୍କ ଜନ କଲ୍ୟାଣ ଯୋଜନା ଓ ବିଭିନ୍ନ ସହାୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୁଣି ଆଗାମୀ ଦିନରେ ରାଜମିସ୍ତ୍ରୀ ସଂଘଙ୍କୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ନିସ୍ୱାର୍ଥପର ଭାବେ ସଂଘ ପାଇଁ କାମ କରିବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ।ପରେ ପଞ୍ଚାୟତ ସ୍ତରୀୟ ରାଜମିସ୍ତ୍ରୀ ସଂଘର କର୍ମକର୍ତ୍ତା ମାନଙ୍କୁ ବ୍ଲକ ସଂଘ ପକ୍ଷରୁ ଶପଥ ପାଠ କରାଇ ପରିଚୟ ପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ସଂଘର କର୍ମକର୍ତ୍ତା, ପୀତାମ୍ବର ଗଉଡ଼, ପ୍ରେମ ପୁଝାରୀ, ଦୁର୍ଜନ ନାଏକ, ଭୁଜବଳ ମାଝି, ଯୁଗଳ ନାଏକ, ଦେବିସିଂ ନାଏକ, ରବି ଦାସ, ଜଗନ୍ନାଥ ଚଣ୍ଡୀ, କେଦାର କାଣ୍ଡ, ଗଜେନ୍ଦ୍ର ଭଇଁସାଲ, ନିମିତ ବଞ୍ଜାରା, ଯୁଗଳ ଛତ୍ରିଆ, ଭୋପାଲ ମଶ୍ରା, ମଦନ ବାଗ, ହେମରାଜ ରାଉତ, ବସନ୍ତ ବାଗ, ଲାଳଧର ରାଉତ,କେଶବ ମାଝୀ, ଠଣ ସୁନ୍ଦର ନାଗ ରୂପଧର ନାଏକ, ମହାବୀର ବାଗ ଭିଙ୍ଗରାଜ ନାଏକ, ନବିନ ନାଗ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସଭା କାର୍ଯ୍ୟକୁ ଗଜିନ୍ଦ୍ର ନାଗ ପରିଚାଳନା କରିଥିବା ବେଳେ ରାଜମିସ୍ତ୍ରୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ଧଙ୍ଗଡା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *