ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ ତରଙ୍ଗିଣୀ ମିର୍ଦ୍ଧା ଅବସର ଗ୍ରହଣ କରିଥିବାରୁ ବ୍ଲକ ସଭାଗୃହ ଠାରେ ବିଦାୟ କାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଉପଜିଲ୍ଲପାଳ ଉପେନ୍ଦ୍ର ଲୁହା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାନନ ବେହେରା ଅଫିସ କାର୍ଯ୍ୟକର୍ତ୍ତା ଓ କର୍ମୀ ଏବଂ ସହାଯ୍ୟକାରିଣୀ ଯୋଗଦେଇ ଅବସରପ୍ରାପ୍ତ ସିଡ଼ିପିଓ ତରଙ୍ଗିଣୀ ମିର୍ଦ୍ଧାଙ୍କ ଚାକିରି କର୍ଯ୍ୟକଳକୁ ମନେପକେଇ ଭାବ ଭାବବିହ୍ୱଳ ହୋଇଯାଇଥିଲେ। ଅତିଥି ମାନଙ୍କ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ ବିଦାୟୀ ଅତିରିକ୍ତ ଗୋଷ୍ଠୀ ଉନ୍ନନୟନ ଅଧିକାରିଣୀ ଯୋଜନା ଆଠଲ୍ଲିକର କାର୍ଯ୍ୟକାଳ ଜୀବନରେ ତାଙ୍କ ସହିତ ସଂସ୍ପର୍ଶରେ ଥିବା ଅଫିସର ଏବଂ ଷ୍ଟାପ ମାନଙ୍କର ସାହାଯ୍ୟ ଓ ଭଲପାଇବା କେବେ ଭୁଲି ହେବନାହିଁ ବୋଲି କହିଥିଲେ।
