ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା କଳାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ରାଇସ ମିଲ ଭିତରେ ଜୁଆ ଖେଳୁଥିବା ସମୟରେ ମିଲ ମାଲିକ ଶଙ୍କର ଲାଲ ଅଗ୍ରୱାଲ, ତୁଷୁରାର ବିନୋଦ ଜୈନ, ସୁନିଳ କେଡିଆ, ଯୋରାଡବରାର ଦୁଇଜଣ ଯୁବକ ଙ୍କୁ ପୋଲିସ କାବୁ କରିଥିବା ସୂଚନା ମିଳିଛି। ଚଢ଼ାଉବେଳେ ୬୪,୩୯୦ ଟଙ୍କା, ଗୋଟିଏ କାର, ୬ ଗୋଟିଏ ମୋବାଇଲ ଫୋନ, ୭ ପକେଟ ତାସମୁଠା ଜବତ କରିଥିବା ଜଣା ପଡିଛି। କେସିଙ୍ଗା ଏସଡ଼ିପି ଓ ସନ୍ଦୀପ ମାଝୀଙ୍କ ସହିତ, ରାମପୁର ଥାନା ଅଧିକାରିଣୀ ସଂଯୁକ୍ତା ପଧାନ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସମେତ ଅନ୍ୟାନ୍ୟ ପୋଲିସ ଦଳ ଥିବା ସୂଚନା ମିଳିଛି।
