ପ୍ରସୂତିଙ୍କୁ ରକ୍ତ ଦେଇ ଚର୍ଚ୍ଚାରେ ଯୁବକ ପ୍ରତାପ ସୁନା

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ସୋସିଆଲ ମିଡିଆରେ ରକ୍ତ ଅଭାବ ସମ୍ପର୍କିତ ଏକ ପୋଷ୍ଟ ଦେଖି ଝରିଗାଁ ବ୍ଲକର ଭାଲୁକୋଣାଡି ଗ୍ରାମର ଯୁବକ ପ୍ରତାପ ସୁନା ମାନବିକତାର ପରିଚୟ ଦେଇ ତୁରନ୍ତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ସୂଚନା ଅନୁସାରେ, ଡାବୁଗାଁ ବ୍ଲକ ବୋରିପଦର ଗ୍ରାମର ଗୋମତୀ ମାଝୀ ପ୍ରସବ ବେଦନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ରକ୍ତର ଆବଶ୍ୟକତା ରହିଥିଲା। ଖବର ପାଇବା ପରେ ପ୍ରତାପ ସୁନା ବିଳମ୍ବ ନକରି ହସ୍ପିଟାଲରେ ପହଞ୍ଚି ସ୍ୱଇଚ୍ଛାରେ ରକ୍ତଦାନ କରି ପ୍ରସୂତିଙ୍କ ଚିକିତ୍ସାରେ ସହଯୋଗ କରିଥିଲେ। ରକ୍ତଦାନ ପରେ ପ୍ରତାପ ସୁନା କହିଥିଲେ, “ରକ୍ତଦାନ ହେଉଛି ମହାପୁଣ୍ୟ। ଆମର ଅଳ୍ପ ସହଯୋଗ ଦ୍ୱାରା କାହାର ଜୀବନ ବଞ୍ଚିପାରେ। ସମସ୍ତ ଯୁବପିଢ଼ି ନିୟମିତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବା ଉଚିତ।” ପ୍ରତାପ ସୁନାଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ସମାଜସେବା ପ୍ରତି ତାଙ୍କର ନିଷ୍ଠା ଓ ମାନବିକ ମନୋଭାବ ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟିଛି।

Leave a Reply

Your email address will not be published. Required fields are marked *