ଝିପିଝିପି ବର୍ଷାରେ ଉପୁଡି ପଡ଼ିଲା ଗଛ ,  ଭେଜିଗୁଡ଼ା – କର୍ଲାପାଟ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ

ଥୁଆମୂଲ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲାରେ ଜାରି ରହିଥିବା ଝିପିଝିପି ବର୍ଷା ଯୋଗୁଁ ଭେଜିଗୁଡ଼ା – କର୍ଲାପାଟ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଆଜି ସକାଳେ ଭେଜିଗୁଡା ଗ୍ରାମ ନିକଟରେ ଏକ ବିରାଟ ଗଛ ଉପୁଡ଼ି ରାସ୍ତା ମଝିରେ ପଡ଼ି ଇଲେକ୍ଟ୍ରି ତାରରେ ଝୁଲି ରହିଥିବା ଫଳରେ ଲୋକ ଏବଂ ଗାଈ ଗୋରୁ ଯାଆ ଆସ ସମସ୍ୟା ସୃଷ୍ଟି ହୋଇଛି। ପଞ୍ଚାୟତ କାର୍ଯ୍ୟ ଓ କର୍ଲାପାଟ ଥାନା କାର୍ଯ୍ୟରେ ଜରୁରୀକାଳୀନ ଯାତାୟାତ ଠପ୍ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଗତ କିଛି ସମୟ ହେବ ଲଗାତାର ବର୍ଷା ଯୋଗୁଁ ମାଟି ନରମ ହୋଇ ଗଛଟି ଉପୁଡି ପଡିଛି। ତାହା ପୁଣି ଇଲେକ୍ଟ୍ରି ତାରରେ ଝୁଲି ରହିଛି । ଘଟଣାସ୍ଥଳରେ ପ୍ରଶାସନ କିମ୍ବା ଅଗ୍ନିଶମ ବାହିନୀ ପହଞ୍ଚି ନଥିବା ବେଳେ, ସ୍ଥାନୀୟ ଯାତ୍ରୀ ଓ ଗ୍ରାମବାସୀ ରାସ୍ତା ସଫା କରିବାକୁ ଅପେକ୍ଷା କରିଛନ୍ତି। ବିଶେଷ କରି ଏହି ରାସ୍ତା ଅତି ପୁରାତନ ରାସ୍ତା ହୋଇଥିଲେ ମଧ୍ୟ ମାଟି ରାସ୍ତା ରୁ ପିଚୁରାସ୍ତା ( PMGSY) ହେଉଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ରୋକ୍ ଠୋକ୍ ମନା କରିଥିଲେ ଏହା ଅଭୟାରଣ୍ୟ ମଧ୍ୟରେ ଥିବାଯୋଗୁଁ PMGSY ରାସ୍ତା ହୋଇପାରିବ ନାହିଁ ବୋଲି କହି ରାସ୍ତା କରାଇ ଦେଇନଥିଲେ । ବର୍ତମାନ ରାସ୍ତାରେ ପଡ଼ିଥିବା ଗଛ ହଟାଇବା ସେହି ବିଭାଗ ର ମଧ୍ୟ ତତ୍ପରତା ସୁନ । ସ୍ଥାନୀୟ ଅଞ୍ଚଳର ଲୋକେ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଏହାଦ୍ୱାରା ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ପଡ଼ି ରହି ଇଲେ କ୍ଟ୍ରି ତାରରେ ଝୁଲୁଥିବା ଗଛକୁ କିଏ କାଟି ବାହାର କରିବ ଦେଖିବାକୁ ବାକି ରହିଲା  ।

Leave a Reply

Your email address will not be published. Required fields are marked *