ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ବୃକ୍ଷ ରୋପଣ

କୋକସରା/କ୍ରାନ୍ତିକ୍ଷେତ୍ର  : ବନ ମହୋତ୍ସବ ସପ୍ତାହ ଅବସରରେ କୋକସରା ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ମଙ୍ଗଳବାର ଜେଏମ୍ଏଫସି କୋର୍ଟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷା ଲିପ୍ସା ରାଉତ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ଏବଂ ଜୁନାଗଡ଼ ଦକ୍ଷିଣ ବନଖଣ୍ଡ ପକ୍ଷରୁ ସହଯୋଗ କରାଯାଇଥିଲା। କୋର୍ଟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସମିତିର ଅଧ୍ୟକ୍ଷାଙ୍କ ସମେତ ବନ ଅଧିକାରୀ, ବନ କର୍ମଚାରୀ, କୋର୍ଟ କର୍ମଚାରୀ ଏବଂ ଆଇନଜୀବୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା ନେବାକୁ ସଂକଳ୍ପ କରିଥିଲେ।

Leave a Reply

Your email address will not be published. Required fields are marked *