ମାନଝରୀ ନିକଟରେ କାର ଓ ଟ୍ରକ୍ ମଧ୍ୟରେ ଧକ୍କା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ଗାଁ ନିକଟରେ ଆଜି ଏକ କାର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଓଡି ୦୮ ଡବ୍ଲ୍ୟୁ ୩୬୯୯ ନମ୍ବର ବିଶିଷ୍ଟ କାର ସହ ଟିଏନ୍ ୫୨ ଆର୍ ୪୬୦୩ ନମ୍ବର ବିଶିଷ୍ଟ ଟ୍ରକ୍‌ର ଧକ୍କା ହୋଇଥିଲା। ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ କାରର ଡାହାଣ ପାର୍ଶ୍ୱ ଟ୍ରକ୍ ସହ ଘର୍ଷଣ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଓ ଟ୍ରକ୍‌କୁ ଜବତ କରିଥିଲା। ଏହି ଘଟଣାରେ ୧୧୭ ନମ୍ବର କେସ ରୁଜୁ କରାଯାଇଥିବା ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ସୂଚନା ଦେଇଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *