କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁର ଜଣେ ବୁଦ୍ଧିଜୀବୀ ତଥା ସମସ୍ତଙ୍କ ପ୍ରିୟ ଅର୍ଜୁନ ଦୀପଙ୍କ ଶନିବାର ରାତ୍ରରେ ନିଜ ଗାଁ କୋଟାଗାଁରେ ପରଲୋକ ହୋଇଛି। ସେ ବିଗତ ଚାରି ପାଞ୍ଚ ମାସ ହେବ ବ୍ରେନ୍ ଷ୍ଟ୍ରୋକ ଓ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ଜୀବନ ସହ ସଂଗ୍ରାମ କରୁଥିଲେ। ସେ କଲମପୁର ବ୍ଲକ ଅଞ୍ଚଳର ଜଣେ ବିଶିଷ୍ଟ ଆଇନଜୀବୀ, ଶିକ୍ଷକ, ଆଧ୍ୟାତ୍ମିକ ଓ ପ୍ରତିଭାବାନ ବ୍ୟକ୍ତି ଥିଲେ। ତାଙ୍କ ଛାତ୍ର ଜୀବନ ଉତ୍କଳ ବିଶ୍ଵବିଦ୍ୟାଳୟର ବାଣୀବିହାରରେ କଟିଥିଲା, ଯେଉଁଠି ସେ ଅର୍ଥନୀତି ଓ ଇଂରାଜୀ ବିଭାଗରେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ। ପରେ ଜୁନାଗଡ ବ୍ଲକ ଅନ୍ତର୍ଗତ ଚୈଚାଇଗୁଡ଼ା ଲମ୍ବୋଦର ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। ସେ ଜଣେ ମେଧାବୀ ଛାତ୍ର ଓ ଆଧ୍ୟାତ୍ମିକ ଜୀବନଶୈଳୀ ଯୋଗୁଁ ସମସ୍ତେ ତାଙ୍କୁ ପସନ୍ଦ ଓ ପ୍ରଶଂସା କରୁଥିଲେ। ତାଙ୍କର ସାଙ୍ଗସାଥି, ଛାତ୍ରୀ ଛାତ୍ର ଓ ପରିବାର ପାଇଁ ସେ ଥିଲେ ଜଣେ ପରିଚୟ ଓ ପ୍ରେରଣା ଥିଲେ। ଧର୍ମପତ୍ନୀ ଗୀତାଞ୍ଜଳି ଦୀପ, ଝିଅ ଗୀତା , ଅମୃତା ଝରଣା ଦୀପ ତଥା ପୋଷ୍ୟ ଭଣଞ୍ଜା ଦୁଃଖିରାମ ନିଆଲ ମୁଖାଗ୍ନି ଦେଇଥିଲେ। ତାଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ତଥା ସମ୍ପର୍କୀୟ ବନ୍ଧୁ ବର୍ଗ ବହୁ ସଂଖ୍ୟାରେ ଯୋଗଦେଇ ଗାଁ ମଶାଣିରେ ଶବ ସତ୍କାର କରାଯାଇଥିଲା।
