କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଦୀର୍ଘ ଏକ ମାସରୁ ସଂଘର୍ଷ ଓ ଅସନ୍ତୋଷ ପରେ ଶେଷରେ କେସିଙ୍ଗା ବାସୀଙ୍କୁ ନିଶାନ୍ତ ବାର ସ୍ଥାନାତର ପ୍ରସଙ୍ଗରେ ଗୁରୁବାର ଦିନ ମିଳିଛି ଏକ ଆତ୍ମସନ୍ତୋଷ ଖବର। ଲାଗୁଛି ବର୍ତ୍ତମାନ ଉକ୍ତ ବାର ସ୍ଥାନାନ୍ତର ମାମଲା ର ଶୀଘ୍ର ହେବ ସମାଧାନ କାରଣ ଅନ୍ୟଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୁରୁବାର ଦିନ କଳାହାଣ୍ଡି ସାଂସଦ ମାଳବିକା ଦେବୀ କେସିଙ୍ଗା ଆସିଥିବା ବେଳେ ନିଶାନ୍ତବାର ପାଇଁ ଅସନ୍ତୋଷ ଓ ଅଶାନ୍ତ ଥିବା ୱାର୍ଡ ବାସୀ ବୁଦ୍ଧିଜିବୀ ଓ ସଚେତନ ନାଗରିକ ସାଂସଦ ମହୋଦୟା ଙ୍କୁ ନୂତନ ଭାବରେ କେସିଙ୍ଗା – ଟିଟଲାଗଡ ରାସ୍ତା ରେ ତିଆରି ହେଉଥିବା ନିଶାନ୍ତବାର ର ସ୍ଥିଥି ପରଖିବା ପାଇଁ ଅନୁରୋଧ କରିବା ପରେ ସାଂସଦ ମହୋଦୟ ବାର ଖୋଲୁଥିବା ସ୍ଥାନକୁ ଯାଇ ସ୍ଥିତି ପରଖି ସଙ୍ଗେ ସଙ୍ଗେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ ନାଏକଙ୍କ ସହିତ ୱାର୍ଡ ବାସୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସମ୍ମୁଖରେ ଫୋନ୍ ରେ କଥା ହୋଇ ୨୪ଘଣ୍ଟା ମଧ୍ୟରେ ନୂତନ କାମ ଚାଲିଥିବା ବାର କୁ ସିଜ କରି ମୋତେ ସିଜ ସମୟର ଫୋଟୋ ଓ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟୁ ଅବକାରୀ ଅଧିକ୍ଷକ ମହୋଦୟ ମଧ୍ୟ ସାଂସଦ ଙ୍କ କଥାରେ ହଁ ଭରିଥିବା ପାଖରେ ଥିବା ୱାର୍ଡ ବାସୀ ଙ୍କ ଠାରୁ ଶୁଣିବାକୁ ମିଳିଥିଲା । ଦେଖିବାକୁ ବାକି ରହିଲା ଏତେ ପରେ ମଧ୍ୟ ନିଶାନ୍ତ ବାର ମାଲିକ ସ୍ଥାନାନ୍ତର ପ୍ରସଙ୍ଗ ଏତିକିରେ ସମାପ୍ତ କରିବେ ନା ଆଉକିଛି କାରନାମା କରିବେ ଆଗକୁ ସମୟ କହିବ।

