କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ପ୍ରଥମ ଓ ସର୍ବପୁରାତନ ରେଳ ଷ୍ଟେସନ ଯାହା ୧୯୩୧ ମସିହାରେ ସ୍ଥାପନ ହୋଇଥିଲା ଯାହା ପ୍ରାୟ ୯୫ ବର୍ଷ ପରେ ପାଇଛି ନୂଆ ପରିଚୟ। ରେଳ ବିଭାଗ ୨୨ କୋଟି ଟଙ୍କା ଖର୍ଚ୍ଚ କରି ସୁଦୃଢ କରିଛି ଭିତ୍ତିଭୂମି। ଏଠାରେ ପ୍ରକାଶ ଥାଉ କି ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପ୍ରଥମ ପର୍ଯ୍ୟାରେ ସାରା ଦେଶର ୭୫ ଟି ରେଳ ଷ୍ଟେସନ ମଧ୍ୟରୁ କେସିଙ୍ଗା ରେଳ ଷ୍ଟେସନ କୁ ସାମିଲ କରି ଭିତ୍ତିଭୂମି ସୁଦୃଢ କରାଯାଇଛି। ଏହି ଯୋଜନାରେ ପ୍ରଥମ ପାର୍ଯ୍ୟାରେ ଓଡ଼ିଶାର ୭ ଟି ରେଳ ଷ୍ଟେସନ ଯଥା ବଲାଙ୍ଗୀର, ତାଳଚେର, ବରପାଲି, ବାରିପଦା, ପାରଳାଖେମୁଣ୍ଡି, ବିମଳଗଡ ଓ କେସିଙ୍ଗା ରେଳ ଷ୍ଟେସନ ର ବିକାଶ ପାଇଁ ରେଳ ବିଭାଗ ଖର୍ଚ୍ଚ କରିଛି ୧୦୯ କୋଟି ଟଙ୍କା। ଏହି ଟଙ୍କାରେ କେସିଙ୍ଗା ରେଳ ଷ୍ଟେସନ ରେ ନୂଆ ପ୍ଲାଟଫର୍ମ ର ସେଡ୍ ନିର୍ମାଣ, ନୂଆ ଷ୍ଟେସନ ଭବନ ନିର୍ମାଣ, ଓସାରିଆ ପ୍ରବେଶ ପଥ, ଷ୍ଟେସନ ରେ ଲିଫ୍ଟ ସୁବିଧା, ୧୨ ମିଟର ଓସାରିଆ ଓଭର ବ୍ରିଜ, ଅତ୍ୟାଧୁନିକ ଯାତ୍ରୀ ଅପେକ୍ଷା ଗୃହ, ଡିଜିଟାଲ ସୂଚନା ଫଳକ ସାଙ୍ଗକୁ ଅତ୍ୟାଧୁନିକ ଶୌଚାଳୟ ଓ ଆକର୍ଷଣୀୟ ଆଲୋକିକରଣ ରେ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳନ୍ଧର କେଣ୍ଟ ଷ୍ଟେସନ ରୁ ଆଭାସି ମାଧ୍ୟମରେ ସମସ୍ତ ୭୫ ଅମୃତଭାରତ ରେଳଷ୍ଟେସନ କୁ ଦେଶକୁ ସମର୍ପଣ କରିଥିଲେ। ଉଦଘାଟନୀ ଉତ୍ସବ ପାଇଁ କେସିଙ୍ଗା ରେଳ ଷ୍ଟେସନ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ, ପଦ୍ମଭୂଷଣ ପଟାୟଟ ସାହୁ, କଳାହାଣ୍ଡି ଜିଲ୍ଲା ପାଲ ସଚିନ ପ୍ରକାଶ ପାୱାର, ରେଳ ବିଭାଗ ଏଡିଆରଏମ , କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁଙ୍କ ସମେତ ରାଜ୍ୟ, ଜିଲ୍ଲା ଓ କେସିଙ୍ଗା ବିଜେପି ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
