ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ହେବେ କେସିଙ୍ଗାର ଝିଅ ଅନିନ୍ଦିତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଓଡ଼ିଶା ଜନସେବା ଆୟୋଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ପ୍ରୋଫେସର (ବ୍ରଡ୍ ସ୍ପେସିଆଲିଟି – ପାଥୋଲୋଜି) ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କ ସୁପାରିଶ ତାଲିକା ପ୍ରକାଶ ପାଇଛି। ବିଜ୍ଞାପନ ସଂଖ୍ୟା ୦୩/୨୦୨୫-୨୬ ଅନୁଯାୟୀ, ଆୟୋଗଙ୍କ ଦ୍ୱାରା ମୋଟ ୧୨ ଜଣ (ସେଥିମଧ୍ୟରୁ ୮ ଜଣ ମହିଳା) ପ୍ରାର୍ଥୀଙ୍କ ନାମ ସରକାରଙ୍କ ନିକଟକୁ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏହି ସଫଳ ପ୍ରାର୍ଥୀଙ୍କ ମଧ୍ୟରେ କେସିଙ୍ଗାର ଡ଼ ହେମସାଗର ସାହା ଓ ଯାଜ୍ଞସେନି ସାହା ଙ୍କ ସାନ ଝିଅ. ଅନିନ୍ଦିତା ସାହା ଆସିଷ୍ଟାଣ୍ଟ ପ୍ରୋଫେସର (ପାଥୋଲୋଜି) ଭାବେ ମନୋନୀତ ହୋଇ ନିଜ ଅଞ୍ଚଳ ତଥା ପରିବାର ପାଇଁ ଗୌରବ ଆଣିଦେଇଛନ୍ତି। ପ୍ରକାଶିତ ଚିଠି ଅନୁସାରେ, ମୋଟ ୨୯ଟି ପଦବୀ ଖାଲି ଥିବା ବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ଯୋଗୁଁ କେବଳ ୧୨ ଜଣଙ୍କୁ ସୁପାରିଶ କରାଯାଇଛି। ବିଶେଷ କରି ଏସସି ବର୍ଗରେ ମାତ୍ର ଜଣେ ଏବଂ ଏସଟି ବର୍ଗରେ କୌଣସି ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ଏହି ମନୋନୀତ ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ପରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *