ଧର୍ମପରାୟଣ ମହିଳା ପଦ୍ମାବତୀ ଦାଶଙ୍କ ଦ୍ୱାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭବାନୀପାଟଣା ସହରର ଜଣେ ଧର୍ମପରାୟଣ ମହିଳା ତଥା ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ଯୁବ ପ୍ରମୁଖ ତଥା ବରିଷ୍ଠ ବିଜେପି ନେତା ଗୋଦାବରୀଶ ପାତ୍ରଙ୍କ ପୂଜ୍ୟ ମାତା ପଦ୍ମାବତୀ ଦାଶଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଶୋକସଭା ଓ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଆରଏସଏସ ବିଭାଗ ସଂଘଚାଳକ ଜୟନାରାୟଣ ବାବୁ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅରୁଣ କୁମାର ନାଏକ, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସଂଯୋଜକ ମନୋରଞ୍ଜନ ରାଉତରାୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ, ବିଭାଗ ସଂଯୋଜକ ନକୁଳ ନାୟକ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ, ନଗର ସଂଯୋଜକ ଉମା ଶଙ୍କର ଆଚାରୀ, ବସନ୍ତ ମହାରଣା, ଶର୍ମିଷ୍ଠା ନାୟକ, ଅର୍ଜୁନ ନାୟକ ଏବଂ ଏବିଭିପି ବିଭାଗ ସଙ୍ଗଠନ ସମ୍ପାଦକ ସତ୍ୟବ୍ରତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପିର ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଓ ବସନ୍ତ ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଯୁଗକିଶୋର ପୋଡ଼, କମଲେଶ ଦିକ୍ଷୀତ, ନମିତାରାଣୀ ସାହୁ, ଆର୍ତ୍ତତ୍ରାଣ ମହାପାତ୍ର, ମନୋଜ କୁମାର ମେହେର, ରମେଶ ମାଝୀ, ଅନାମ ନାଏକ, ସତ୍ୟ ରଞ୍ଜନ ବେହେରା, ଲୋକନାଥ ଦୁର୍ଗା, ହିମାଂଶୁ ପଣ୍ଡା, ସନ୍ତୋଷୀ ଦାସ, ମୁକେଶ ଅଗ୍ରୱାଲ, ବିଜୟଦେବ ସାହୁ, ଦୀପଜ୍ୟୋତି ମୁଣ୍ଡ, ଶରତ ନାଏକ, ସୁଧୀର ମୁଣ୍ଡ, ମନୀନ୍ଦ୍ର ଭୂଷଣ ପାତ୍ର, ତ୍ରିନାଥ ଶବର, ଭାରତ ଭୂଷଣ ଦେଓ, ନରହରି ପଟ୍ଟନାୟକ, ଗଣେଶ ନନ୍ଦ, ପ୍ରଶାନ୍ତ ସାହୁ, ହିମାଂଶୁ ବରାଡ, ଧର୍ମବ୍ରତ ପଣ୍ଡା, ମଧୁବନ ପାତ୍ର, ବସନ୍ତ ନାଗ, ଅରବିନ୍ଦ ପଣ୍ଡା ଓ ଜଗମୋହନ ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ସମୟରେ ସ୍ୱର୍ଗତ ଦାଶଙ୍କ ସ୍ୱାମୀ ସୂର୍ଯ୍ୟନାରାୟଣ ପାତ୍ର, ପୁତ୍ର ଗୋଦାବରୀଶ ପାତ୍ର, ପୁତ୍ରବଧୂ ବନିତା ପାତ୍ରଙ୍କ ସମେତ ତିନି ଝିଅ, ଦୁଇ ଜ୍ୱାଇଁ, ନାତିନାତୁଣୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *