ମ.ରାମପୁରରେ ପବିତ୍ର ହେରାପଞ୍ଚମୀ ସମ୍ପନ୍ନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ପବିତ୍ର ହେରାପଞ୍ଚମୀ ମଦନପୁର ରାମପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହାୟତା ରେ ସମସ୍ତ ରୀତି ନୀତି ସହ ପାଳନ ହୋଇଯାଇଛି। ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେବାୟତ ପରିବାର ର ସକ୍ରିୟ ସହଯୋଗ ରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି। ସନ୍ଧ୍ୟା ଧୂପ , ମଙ୍ଗଳ ଆଳତି ପ୍ରସାଦ ବିତରଣ ପରେ ରାତ୍ର ୧୦ ଘଣ୍ଟା ରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ଥିବା ଲକ୍ଷ୍ମୀ ମନ୍ଦିର ରେ ପୂଜା ଅର୍ଚ୍ଚନା ଓ ଆଳତୀ ପରେ ସୁସଜ୍ଜିତ ବିମାନ ରେ ଲକ୍ଷ୍ମୀ ମାତା ଙ୍କୁ ମାଉସୀ ମା ମନ୍ଦିର କୁ ଅଣାଯାଇ ରଥ ଉପରେ ପୂଜାର୍ଚ୍ଚନା ପରେ ରଥ ଭାଙ୍ଗି ଶ୍ରୀ ଜଗନ୍ନାଥ ଙ୍କୁ ଭେଟି ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଜି ବର୍ଷା ସତ୍ତ୍ୱେ ଶ୍ରୀ ଜଗନ୍ନାଥ ଙ୍କ ରାଜ ରାଜେସ୍ୱର ବେଶ ଦେଖିବା ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଥିଲା। ମନ୍ଦିର ପୂଜକ ଅଶୋକ କୁମାର ତ୍ରିପାଠୀ, କେଦାରନାଥ ମହାରଣା, ପ୍ରକାଶ ଚନ୍ଦ୍ର ସାହୁ,ରମାକାନ୍ତ ପ୍ରହରାଜ,ଜଗନ୍ନାଥ ସାହୁ, ଶିବରାମ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ସାହୁ, ପୁଷ୍ପେନ୍ଦ୍ର ସାହୁ ଓ ବିଶ୍ୱ ପରୁଆ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *