ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜ଼ିଲା ମ. ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଲଗାଣ ବର୍ଷା ସତ୍ୱେ ଶତାଧିକ ଲୋକେ ଜମା ହେଇଥିଲେ। ଏହି ଶିବିରରେ ଅସ୍ତିଶଲ୍ୟ ବାଧିତ ୧୫୧ ଜଣ, ଦୃଷ୍ଟି ବାଧିତ ୫୧ ଜଣ, କର୍ଣ୍ଣ ସରବ୍ୟ ୪୫ ଜଣ, ଓ ଅନ୍ୟାନ ୨୮ ଜଣ ସମୁଦାୟ ୨୬୫ ଜଣ ହିତାଧିକାରୀ ଙ୍କୁ ପଞ୍ଜିକୃତ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ୨୨ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର, ୧୯ ଜଣଙ୍କୁ ବସ ପାସ୍, ୧୩ ଜଣଙ୍କୁ ଟ୍ରେନ ପାସ, ୭ ଜଣଙ୍କୁ ତିନିଚକିଆ ସାଇକଲ, ୬ଜଣଙ୍କୁ ହୁଇଲ ଚୈଆର, ୧୪୩ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏ ଉପେଲେକ୍ଷେ ଆୟୋଜିତ ସଭାରେ ବିଡ଼ିଓ ଶରତ ଚନ୍ଦ୍ର ସେଠି ସଭାପତିତ୍ୱ କରିଥିଲେ. ମୁଖ୍ୟ ଅତିଥି ରୂପେ ଜ଼ିଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗଦାନ ଦେଇଥିବା ବେଳେ, ଦେଢସୁଲି ପଞ୍ଚାୟତ ର ସମିତି ସଭ୍ୟ ତଥା ଯୁବ ନେତା ଯାଜ୍ଞସେନ ପଣ୍ଡା, ସମିତି ସଭ୍ୟ ଗୋକୁଳ ବିଶ୍ୱାଳ, ସରପଞ୍ଚ ସୁରେଶ ପ୍ରଧାନ, ଭିନ୍ନକ୍ଷମ ଜ଼ିଲା ସମିତି ସଭାପତି ସୁରେଶ ଚୌଧୁରୀ, ଭବାନୀପାଟଣା ଡାକ୍ତର ଏସ ଚନ୍ଦ୍ର ସାହୁ, ଅତିରିକ୍ତ ଶ୍ରମ ଅଧିକାରୀ ଥବିର ପାଳ, ବରିଷ୍ଠ ସାମ୍ବାଦିକ ଶଶିଭୂଷଣ ପ୍ରହରାଜ ପ୍ରମୁଖ ସମ୍ମାନିତ ଅତିଥି, ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ମଂଚାସୀନ ହେଇ ଭିନ୍ନକ୍ଷମ ସଶକ୍ତିକରଣ ଉପରେ, ଯୋଜନା ଉପେରେ ଆଲୋକପାତ କରି ଭିନ୍ନକ୍ଷମ ହୋଇ ପଦ୍ମଭୂଷଣ, ବିଶ୍ୱ ଟେନିସ ରେ ରେକର୍ଡ କରିଥିବା ଉଦାହରଣ ଦେଇଥିଲେ. ବ୍ଲକ ଭିନ୍ନକ୍ଷମ ବିଭାଗୀୟ ଅଧିକାରୀ ପଙ୍କଜ ବଳିୟାର ସିଂହ, ସହକାରୀ ଶ୍ରୀବନ୍ତ ବଡ଼ପଣ୍ଡା,ବୈଷୟକ ସହାୟକ ଜୟ ମହାଖୁଡ଼, ସେବଜଗତ ଅନୁଷ୍ଠାନ, ଦୁର୍ଗାମାଧବ ଉଚ୍ଚ ବିଦ୍ୟାପିଠ ସେବା ଦଳ ପ୍ରମୁଖ ହିତାଧିକାରୀ ଙ୍କୁ ସମସ୍ୟା ଓ ସମାଧାନ ପାଈଁ ଆବଶ୍ୟକ ସହଯୋଗ ଦେଇଥିଲେ। ଲିଂଜାରଜ ନାଗ, ତୁଳସୀ ଛାତ୍ରିଆ ସଭା ଉଦଘୋଷକ କାର୍ଯ୍ୟ ତୁଲାଇଥିଲେ।
