ଟିଟିଲାଗଡ଼ରେ କଂଗ୍ରେସ ପକ୍ଷରୁ ଏସ୍ଆଇଆର ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ଟିଟିଲାଗଡ଼ରେ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ପକ୍ଷରୁ ଏସ୍ଆଇଆର ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।  କାର୍ଯ୍ୟକ୍ରମରେ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଓ ଦଳର ନେତୃବୃନ୍ଦ, କର୍ମୀ ଓ ବିଭିନ୍ନ ସ୍ତରର ପଦାଧିକାରୀମାନେ ଯୋଗଦେଇ ଏସ୍ଆଇଆର ର ଉଦ୍ଦେଶ୍ୟ, କାର୍ଯ୍ୟପଦ୍ଧତି ଏବଂ ଜନସାଧାରଣ ଙ୍କ ପାଖରେ ଏହାକୁ ସଠିକ୍ ଭାବେ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀବାଗ କହିଥିଲେ ଯେ, ଯୋଗ୍ୟ ଥିବା କୌଣସି ବ୍ୟକ୍ତି ଯେପରି ବାଦ ନ ପଡ଼ନ୍ତି, ସେଥିପାଇଁ ଘରେ ଘରେ ଯାଇ ସଚେତନତା ସୃଷ୍ଟି କରିବା, ସମସ୍ତଙ୍କୁ ସହଯୋଗ କରିବା ଏବଂ ଆବଶ୍ୟକ ହେଲେ ସହାୟତା ପ୍ରଦାନ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। କଂଗ୍ରେସ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସମସ୍ତ ଯୋଗ୍ୟ ନାଗରିକଙ୍କ ଅଧିକାର ସୁନିଶ୍ଚିତ କରିବା ଏବଂ କୌଣସି ଲୋକ ବାଦ ନ ପଡ଼ିବା ପାଇଁ କଂଗ୍ରେସ ଦଳ ସମର୍ପିତ ଭାବେ କାର୍ଯ୍ୟ କରିବ। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ କର୍ମୀମାନଙ୍କୁ ଅଧିକ ସକ୍ରିୟ ଓ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଯାଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଟାଉନ କଂଗ୍ରେସ ସଭାପତି ରଞ୍ଜନ ଦାସ, ବ୍ଲକ କଂଗ୍ରେସ ସଭାପତି ମଗନ ନାଗ, ପିସିସି ର ପୂର୍ବତନ ସଦସ୍ୟ ସୁମନ ବେହେରା, ଜିଲ୍ଲା ଉପସଭାପତି ଦେବାନନ୍ଦ ସାହୁ, ୮ନଂ ଜୋନ ସଭାପତି କୁନା ସାହୁ, ଛନ୍ଦାଚରଣ କଟା, ଯୋଗେଶ୍ୱର ମହାନନ୍ଦ, ଦୋଳମଣୀ ମାଝୀ, ଲିଙ୍ଗରାଜ ସୁନା, ଯାଇସିଂ ତାଣ୍ଡି, ବିନୋଦ କାଣ୍ଡର, ଆଉ ସମସ୍ତ ବିଏଲଏ ୨ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *