କ. ନୂଆଗାଁ/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ଅନ୍ତର୍ଗତ ସିର୍ତ୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜିଗାଁ ଗ୍ରାମର ଥାନା ଜଣେ ଦାଦନ ମହିଳା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଛି। ମୃତକ ହେଲେ କସ୍ତୁରୀ ପ୍ରଧାନ (୩୯)। ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୨ ବର୍ଷ ହେବ କସ୍ତୁରୀ ପ୍ରଧାନ ରୋଜଗାର ଆଶାରେ ତାମିଲନାଡୁ ରାଜ୍ୟ କୋଇମ୍ବଟୁର ସିଏମସି ସୁତା କଳରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଗତ କାଲି ତାଙ୍କ ମୃତ୍ୟୁ ହୋଇଥିବା କମ୍ପାନୀ ପକ୍ଷରୁ ଜଣା ଯାଇଥିଲା। ହେଲେ ତାମିଲନାଡୁ ଠାରୁ ବିମାନ ଯୋଗେ ଭୁବନେଶ୍ୱର ଆଣିବା ପାଇଁ ପାଖା ପାଖି ୬୦ ହଜାର ଟଙ୍କା ଆବଶ୍ୟକ ପଡୁ଼ଥିବା ବେଳେ ଅର୍ଥ ଅଭାବ ଯୋଗୁଁ ଗ୍ରାମ କୁ ମହିଳା ଶ୍ରମିଙ୍କ ଶବ ପହଁଚି ପାରୁନ ଥିବା ମୃତ୍ୟୁ ମହିଳା ଶ୍ରମିକଙ୍କ ଦାଦା ପ୍ରତୀକ ପ୍ରଧାନ କହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଶବ ଆଣିବ ବ୍ୟବସ୍ତା କରିବା ନିମନ୍ତେ ପରିବାର ଲୋକ ଏବଂ ଗ୍ରାମବାସି ଦାବି କରିଛନ୍ତି।
