ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କରଜୀଙ୍କ ଆର୍ଟ ଅଫ୍ ଲିଭିଂ ପରିବାର ତରଫରୁ ବୈଦିକ ଧର୍ମ ସଂସ୍ଥାନର ଆୟୋଜନରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ପଞ୍ଚାୟତର ଲିମସେରସ୍ଥିତ ଶ୍ରୀଶ୍ରୀ ଜ୍ଞାନ ମନ୍ଦିରରେ ବୈଦିକ ରୀତିନୀତିରେ ରୁଦ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ବାଙ୍ଗାଲୋରରୁ ଆସିଥିବା ସ୍ୱାମୀଜୀ ମନରଞ୍ଜନଙ୍କ ସହ ପୀୟୁଷ ତିୱାରୀ ଓ କଶ୍ୟପ ମେହେତା ବୈଦିକ ବିଧିରେ ପୂଜା ସମ୍ପନ୍ନ କରିଥିଲେ। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ, ଭକ୍ତ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜ୍ଞାନ ମନ୍ଦିରର ପ୍ରଧାନ ଗୁରୁଜୀ ମଣ୍ଟୁ ଛତ୍ରିଆ, ପ୍ରତିଷ୍ଠାତା ସରୋଜ ଟୋଲଟିଆ, ସହଯୋଗୀ ପ୍ରଧାନ ଗୁରୁଜୀ ଜଗଜ୍ଜିବନ ସାଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଥମେ ସ୍ୱାମୀଜୀ ଓ ତାଙ୍କ ଶିଷ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପରେ ଛାତ୍ରଛାତ୍ରୀ ଓ ଗୁରୁଜୀମାନେ ଆଶୀର୍ବାଦ ଗ୍ରହଣ କରିଥିଲେ। ଶେଷରେ ଉପସ୍ଥିତ ଭକ୍ତ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ପ୍ରସାଦ ସେବନ ଏବଂ ଭୋଜନର ବ୍ୟବସ୍ଥା କରାଯାଇଥିଲା।
