ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀପ୍ରଧାନ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ନିର୍ମାଣ ହେଉଥିବା ଗୃହ ଗୁଡିକର ସ୍ଥିତି ପରିଦର୍ଶନ କରିଥିଲେ। ପ୍ରଥମେ ସେ ବନ୍ଧପରୀ ପଞ୍ଚାୟତର କୁବୁରୀ, କର୍କାମସ୍କା, କୁଟ୍ରୃଗୁଡ଼ା ପରିଦର୍ଶନ କରିଥିଲେ। ଏହାପରେ ସେ ଛତ୍ରପୁର ପଞ୍ଚାୟତର ମସ୍କାପଦର ଖଜୁରିପଡ଼ା, ଲାଞ୍ଜିଗଡ଼ ପଞ୍ଚାୟତର କେନ୍ଦୁଗୁଡ଼ାକୁ ଗ୍ରସ୍ତ କରି ହିତାଧିକାରୀମାନଙ୍କ ସହ ସିଧା ଆଲୋଚନା କରିଥିଲେ। ସେ ହିତାଧିକାରୀମାନଙ୍କୁ ସରକାରୀ ସହାୟତାର ସମ୍ପୂର୍ଣ୍ଣ ଲାଭ ନେବା ସହ ଯେତେ ଶୀଘ୍ର ସମ୍ଭବ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ଗୃହ ନିର୍ମାଣରେ କୌଣସି ଅସୁବିଧା ହେଲେ ତୁରନ୍ତ ବ୍ଲକ ପ୍ରଶାସନକୁ ଜଣାଇବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀପ୍ରଧାନଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅମୁଲ୍ୟ ବାହୁଲ, ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ଵାଳଙ୍କ ସମେତ ସମସ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ ମାନେ ଉପସ୍ଥିତ ଥିଲେ।
