ଦୁଇ କଲେଜ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ଯୁକ୍ତ ଦୁଇ ମହାବିଦ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାବିଦ୍ୟାଳୟର କିରାଣୀ ଶଙ୍କର ପ୍ରସାଦ ଗହିର ଓ ପିଅନ ମହେଶ୍ବର ବାଗଙ୍କ ସେବା ନିବୃତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଦେବେନ୍ଦ୍ର ମେହେର, ପ୍ରଭାତ କୁମାର ଶୁକ୍ଳା ଓ ଅନୀଲ କୁମାର ବାଗ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥି ଓ ସହକର୍ମୀମାନେ ଉଭୟ ଅବସରପ୍ରାପ୍ତ କର୍ମଚାରୀଙ୍କ ନିଷ୍ଠାପର ସେବାକୁ ବଖାଣିବା ସହ ସେମାନଙ୍କର ଆଗାମୀ ଅବସର ଜୀବନ ସୁସ୍ଥ, ନିରାମୟ ଓ ସୁଖମୟ ହେଉ ବୋଲି କାମନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଉଭୟଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାଧୀନ ପୁଝାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମଧୁସୂଦନ ନାଗ, ଜ୍ୟାତିର୍ମୟୀ ପାଣିଗ୍ରାହୀ, ଗିରିଧାରୀ ବିଶି, ମୋହନ ବାଗ, ରେଣୁ ନାଏକ, ରାଜେଶ ବାଗ, ସୁଜୀତ କୁମାର ପଣ୍ଡା, କିଶୋର ଚନ୍ଦ୍ର ବିଶି, ଲିଟୁ ମହାନନ୍ଦ ଓ ଖଗେଶ୍ବର ବେମାଲଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *