ଶହୀଦ ଶ୍ରୁତି ଦିବସ ପାଇଁ ପ୍ରସ୍ତୁତି ବୈଠକ ; ସରକାରୀ ପାଣ୍ଠି ଯୋଗାଇ ଦେବାକୁ ଦାବି

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଓଡ଼ିଶା ଇତିହାସରେ ପାପଡାହାଣ୍ଡି ଗୁଳିକାଣ୍ଡ ଏକ ଅବିଚ୍ଛେଦ୍ୟ ଅଧ୍ୟାୟ ହୋଇ ରହିଛି।ତାହାକୁ ଶ୍ରୁତି ରଖିବା ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ବର୍ଷ ୨୪ଅଗଷ୍ଟ ପାଳନ କରାଯାଇଥାଏ।ଚଳିତ ବର୍ଷ ମଧ୍ୟ ପାପଡାହାଣ୍ଡି ଶହୀଦ ସୃତି ଦିବସ ପାଳନ ପାଇଁ ଶୁକ୍ରବାର ବ୍ଲକ କାର୍ଯ୍ୟଳୟ ସ୍ଥିତ ମିଟିଂ ହୋଲ ଠାରେ ଉପଜିଲ୍ଲାପାଳ ଡ଼. ପ୍ରମୋଦ ପୃଷ୍ଟିଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୨୪ରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶହୀଦ ସୃତି ଦିବସ କୁ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ରେ ଅନେକ ବିଷୟ କୁ ନେଇ ଆଲୋଚନା ହୋଇଥିଲା। ୨୧ ଅଗଷ୍ଟ ସୁଦ୍ଧା ସମସ୍ତ କାମ ସାରିବା ପାଇଁ ଉପଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହା ସହ ପାପଡାହାଣ୍ଡି ବ୍ଲକର ଶହୀଦ ହୋଇଥିବା ୧୯ ଜଣ ସ୍ବାଧୀନତା ସଂଗ୍ରାମୀ ତଥା ଶହୀଦଙ୍କ ଦାହାଦଙ୍କୁ ସସମ୍ମାନେ କିପରି ଆମନ୍ତ୍ରିତ କରାଯିବ ସେ ନେଇ ଦାୟିତ୍ୱ ଦେଇଥିଲେ। ସେହିପରି ଶହୀଦ ଦିବସ ପୂର୍ବରୁ ଶହୀଦ ମିନାରର ରକ୍ଷଣାବେକ୍ଷଣ ସହ ସହର ପରିଷ୍କାର ପରିଚ୍ଛନ୍ନତା କରିବା, ଶହୀଦ ମିନାର ଓ ବ୍ଲକ ପରିସର ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସଚେତନତା କରିବା, ସ୍ଵାଧୀନତା ସଂଗ୍ରାମ ରେ ବୋଳୀ ପଡ଼ିଥିବା ସଂଗ୍ରାମୀ ଙ୍କ ଦାହାଦ୍ ଙ୍କୁ ନିମନ୍ତ୍ରତ କରିବା ଓ ସମ୍ଭର୍ଦ୍ଧନ କରିବା, ସର୍ବଧର୍ମ ପ୍ରାଥନା,ଶହୀଦ ସୃତି ଦିବସ ପ୍ରଚାର ଓ ପ୍ରସାର, ସାମରିକ ଅଭିବାଦନ, ପିଇବା ପାଣି ଯୋଗାଇବା, ଯାନବାହାନ ପାର୍କିଙ୍ଗ ବ୍ୟବସ୍ଥା, ଭୋଜନ ବ୍ୟବସ୍ଥା ଭଳି ଅନେକ ବିଷୟରେ ନିଷ୍ପତି ନିଆଯାଇଥିଲା। ଓ ସେହିଦିନ ରାଜନୀତି ମଞ୍ଚ ନହେବା ନେଇ ଉପସ୍ଥିତ ଅତିଥି ଓ ଅନ୍ୟାନ୍ୟ ଲୋକେ ଅଭିଯୋଗ କରିଥିଲେ । ଏହା ସହ ସରକାରୀ ସ୍ତରରେ ଶହୀଦ ସୃତି ଦିବସ ପାଇଁ ଆର୍ଥିକ ଅନୁଦାନ ପାଣ୍ଠି ପାଇଁ ପ୍ରସ୍ତାବ ଓ ନୂତନ କମିଟି ଗଠନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଆଜିର ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା ,ସହିଦ ସମିତି କମିଟି ସଭାପତି ତଥା ଓଡ଼ିଶା ଶହୀଦ ରାଜ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ବିଡିଓ କପିଳଦେବ ସାହୁ, ଏସଡିପିଓ ସତ୍ୟଜିତ କାଣ୍ଡଲକେଲ, ଜିପିଇଓ କମଲେନ୍ଧୁ ଦାସ, ବିପିଶି ପିଭି ଉମା ମାହେଶ୍ୱରୀ, ବିଏସଏସଓ ସୁବ୍ରତ କିଶାନ ଉପସ୍ଥିତ ରହିଥିବା ବେଳେ କୋଷାଗୁମୁଡ଼ା ବିପିସି ଶଶିକାନ୍ତ ଦାସ ମଞ୍ଚ ପରିଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *