କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ମିଳିତ) ଆନୁକୁଲ୍ୟରେ ଆଜି ଆମପାଣି ସ୍ଥିତ ଡାକବଙ୍ଗଳାଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବ୍ଲକର ତିନି ଜଣ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ମାଝୀ, ଭୁବନେଶ୍ୱର ନିଆଲ ଏବଂ ନିର୍ମଳ ଚନ୍ଦ୍ର ସାହୁଙ୍କୁ ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପୁରୋହିତ ସମ୍ବର୍ଦ୍ଧନା ସଭାର ସଭାପତିତ୍ୱ କରିଥିଲେ। ଆୟୋଜିତ ଏହି ଉତ୍ସବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଏନପିଏସ୍ ଶିକ୍ଷକ ସଂଘ ସମ୍ପାଦକ ବୈକୁଣ୍ଠ ଜାଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ ସଭାପତି ଚନ୍ଦ୍ରମୋହନ ପୂଝରୀ ଓ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି କ୍ରମରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଆଗାମୀ ନିରାମୟ, ସୁସ୍ଥ ଓ ସୁଖମୟ ଜୀବନ କାମନା କରିବା ସହ ସେମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଭାଗ୍ୟବାନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପଦ୍ମଲୋଚନ ସାହୁ, ପଞ୍ଚାନନ ମାଝୀ, ନବୀନ ମାଝୀ, ରମାକାନ୍ତ ଗୌଡ଼, ଏମ ଏନ ବବ୍ରୁବାହାନ ସାହୁ, ମାନସିଂହ ବେଶ୍ରା, ତୁଳସିରାମ ପଟେଲ, ରଞ୍ଜିତ ଖମାରୀ, ମନୋରଞ୍ଜନ ମାଝୀ, କେଦାରନାଥ ନାଏକ ଓ ସନାତନ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବ ସହ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ପାଳିତ ହେବାକୁ ଥିବା ଗୁରୁଦିବସ ଉପଲକ୍ଷେ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
