ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ସମ୍ମାନୀତ ଅତିଥୀ ଭାବେ ଆଦିବାସୀ ମହାବିଦ୍ୟାଳୟ ପୁର୍ବତନ ଅଧକ୍ଷ କାର୍ତିକ ଚନ୍ଦ୍ର ସିଂ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୬୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ ଓ ପ୍ରତିଯୋଗିମାନେ ବିଜ୍ଞାନ, ଗଣିତ ପ୍ରକଳ୍ପ, ବିଜ୍ଞାନ ଗଣିତ ପ୍ରୟୋଗ, ସଂସ୍କୃତବିଜ୍ଞାନ ଓ ଗଣିତ ପ୍ରଶ୍ନମଂଚ, ମୁର୍ତିକଳା, ପତ୍ରବାଚନ ଓ ନିବନ୍ଧ ଆଦି ଉପରେ ପ୍ରତିଯୋଗିତା ହୋଇଥିଲା। ଏଠୁ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ବିଭାଗ ସ୍ତରକୁ ଯିବେ। ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକଟର ସଂଜିବ କୁମାର ରୁପା ମାଝୀ, ବିଦ୍ୟାଳୟର ପରିଚାଳନା ସଭାପତି ଆଇନ ଯିବି ଶୁଧାଂଶୁ ମୋହନ ପତି, ଯୁଗ୍ମ ସମ୍ପାଦକ ପ୍ରକାଶ ନାୟକ, କୋଷାଦକ୍ଷ ସୁବାଷ ଚନ୍ଦ୍ର ଦିଗାଳ, ଶିକ୍ଷା ବିକାଶ ସମିତିର ସଂଙ୍ଗୁଳ ପ୍ରମୁଖ ପ୍ରଶାନ୍ତ ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ମହାରଣା ପ୍ରମୁଖ ମଂଚସିନ ଥିଲେ ଓ ସମ୍ପାଦକ ତଥା ପ୍ରଧାନଶିକ୍ଷକ ତିର୍ଥବାସୀ ଘଡେଇ ଅତିଥି ପରିଚୟ କରାଇଥିଲେ।
