ଶିକ୍ଷକ ପ୍ରେମଲାଲ ସାହୁଙ୍କ ଆକାଳ ବିୟୋଗ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଁଇଲି ଗ୍ରାମର ବାସିନ୍ଦା ତଥା ଭାଲୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁ (୫୫)ଙ୍କର ଅକାଳ ବିୟୋଗ ଘଟିଛି। ଶନିବାର ରାତିରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ  ତୁରନ୍ତ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ ଓ ସମାଜସେବୀ ଭାବେ ଶ୍ରୀସାହୁ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ଏହି ଆକସ୍ମିକ ବିୟୋଗରେ ଆଁଇଲି ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ରବିବାର ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ନିମନ୍ତେ ବହୁ ସଂଖ୍ୟାରେ ବନ୍ଧୁବାନ୍ଧବ, ସମ୍ପର୍କୀୟ, ଗ୍ରାମବାସୀ ଏବଂ ଶିକ୍ଷକ ସଂଘର କର୍ମକର୍ତ୍ତା ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଶ୍ରୀସାହୁଙ୍କ ଦୁଇ ପୁଅ ସମୀର ଓ ସତ୍ୟମ  ତାଙ୍କୁ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *