କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ଗମନା ଗମନ ଓ ରାସ୍ତା ଘାଟର ଉନ୍ନତି କରଣ ସହ ନୂତନ ରାସ୍ତା ନିର୍ମାଣ ପାଇଁ ସରକାର ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ନିମ୍ନମାନର ରାସ୍ତା ନିର୍ମାଣ ହେବା ସହ ସାଧାରଣ ଲୋକେ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଠାରୁ ମସ୍କୁଲା ଦେଇ ଦପଲା ପର୍ଯ୍ୟନ୍ତ ହେଉ ଥିବା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଯାଉଛି। ଉକ୍ତ ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ନିର୍ମାଣ ସମୟରେ ପୁରୁଣା ପିଚୁକୁ କାଢି ମେଟାଲ ସହ ଡଷ୍ଟ ଦେବାର ନିୟମ ଥିଲେ ସୁଦ୍ଧା ଠିକାଦାର ପୁରୁଣା ପିଚୁ ଆଂଶିକ କାଢି ତହିଁରେ ଡବ୍ଲୁ ଏମଏମ ମିଶାଇ ପକାଇ ଦେଉଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାର ଅନେକ ସ୍ଥାନରେ ଏଭକି କାମ ହେଉଥିବା ଦେଖିବାକୁ ମିଳିଛି। ଗତ ଲଗାଣ ବର୍ଷାରେ ରାସ୍ତା ଅନେକ ସ୍ଥାନରେ ଧୋଇ ହୋଇ ପାଖ ବିଲରେ ପଡ଼ି ଥିବା ଦେଖିବାକୁ ମିଳିଛି। ବିଭାଗୀୟ ଯନ୍ତ୍ରୀଙ୍କ ଲଗାତାର ଅନୁପସ୍ଥିତିରେ ଠିକାଦାର ନିଜ ମନମୁଖୀ ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ନିର୍ମାଣ ସମୟରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଯନ୍ତ୍ରୀ କି ଠିକାଦାର କେହି ବି ତାଙ୍କ କଥାକୁ କର୍ଣ୍ଣପାତ କରୁ ନ ଥିବା ଲୋକେ କହିଛନ୍ତି। ଆରମ୍ଭରୁ ଯଦି ଏଭଳି ନିମ୍ନ ମାନର କାର୍ଯ୍ୟ ହେଉଛି ତେବେ ଆଗକୁ ଉକ୍ତ ରାସ୍ତାର ସ୍ଥାୟିତ୍ୱକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ହେବାର ନିୟମ ଥିଲେ ସୁଦ୍ଧା ଯନ୍ତ୍ରୀ ଅନୁପସ୍ଥିତ ରହୁ ଥିବା ବେଳେ ଅନେକ ସମୟରେ ଯନ୍ତ୍ରୀଙ୍କ ଉପସ୍ଥିତିରେ କିଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଛି ତାହା ବିଭାଗୀୟ ଅଧିକାରୀ ଜାଣି ପାରୁ ନାହାଁନ୍ତି କିଭଳି ତାହା ତଦନ୍ତ ହେବା ଦରକାର। କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚାନ୍ଦ୍ରିକା ଯୋଗୁଁ ନିମ୍ନ ମାନର ରାସ୍ତା କାମକୁ ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଲୋକଙ୍କ ଯାତାୟତକୁ ସୁଗମ ଓ ସହଜ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଓ ଲାଭଖୋର ମନୋବୃତି ଯୋଗୁଁ ନିମ୍ନ ମାନର ରାସ୍ତା କାମକୁ ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଲୋକେ ରାସ୍ତାରେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
