ଦୁର୍ଘଟଣାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କୁସୁମୀ ପଞ୍ଚାୟତର ଗୁରୁସିଙ୍ଗା ଗ୍ରାମର କାର୍ଯ୍ୟରତ ହୋମଗାର୍ଡ ମୁରଲୀ ହଳବାଙ୍କ ସଡ଼କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ମୁରଲୀ ହଳବା ଗତକାଲି ଏକ ଜରୁରୀ କାମରେ ନିଜ ଭଉଣୀଙ୍କ ଘର ମୈଦଲପୁର ଯାଇଥିଲେ। ସେଠାରୁ ଜରୁରୀ କାମରେ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମୁରଲୀ ହଳବାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଝରିଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରାଙ୍କ ସମେତ ପରିବାରବର୍ଗ, ସମ୍ପର୍କୀୟ ଓ ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *