କଣ୍ଟାମାଳ/କ୍ରାନ୍ତକ୍ଷେତ୍ର (ମନଧର କର୍ମୀ) : ମନମୁଣ୍ଡା ପୋଲିସ ଦୁଇଟି ବାଇକରୁ ବିପୁଳ ଗଂଜେଇ ଜବତ କରିବା ସହ ୪ ମାଫିଆକୁ ଗିରଫ କରିଛି । ମନମୁଣ୍ଡା ପୋଲିସ ଆଜି ସକାଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପୁରୁଣାପାଣି ନିକଟରେ ଦୁଇ ବାଇକ ରେ ୪ଜଣ ଯୁବକ ବସ୍ତାରେ କିଛି ଧରି ଆସୁଥିବା ବେଳେ ପୋଲିସ ବାଇକ କୁ ଅଟକାଇ ତଦନ୍ତ କରିଥିଲା। ତଦନ୍ତ ପରେ ୮ ଗୋଟି ବସ୍ତାରୁ ୧କ୍ୱିଣ୍ଟାଲ ୯ କେଜି ଗଂଜେଇ ବାହାରିଥିଲା । ବାଇକ, ଗଂଜେଇ ସହ ୪ ଅଭିଯୁକ୍ତ କୁ ଗିରଫ କରାଯାଇଛି । ଗିରଫ ମାଫିଆ ମାନେ ହେଲେ ମନମୁଣ୍ଡା ଥାନା ଲୁଣପଙ୍ଗା ଗ୍ରାମର ଗୁରୁ ପ୍ରସାଦ କର୍ଣ୍ଣ (୪୮), ଶୂନ୍ୟ ପଦର ଗ୍ରାମର ବାହାନ ମହାକୁଡ଼ (୪୫), ଗୋପାଳ ମହାକୁଡ଼ (୨୬) ଓ ଆଉ ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ଭଗବାନ ଦାସ ବିଶ୍ୱକର୍ମା (୪୨)ବୋଲି ଜଣାପଡିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
